ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୧୬ ଡିଏଭି ପବ୍ଲିକବିଦ୍ୟାଳୟରେ ଶିଶୁଦିବସ ପାଳନ 

ସେକ୍ଟର ୧୬ ଡିଏଭି ପବ୍ଲିକବିଦ୍ୟାଳୟରେ ଶିଶୁଦିବସ ପାଳନ 

ରାଉରକେଲା: ସେକ୍ଟର ୧୬ ଡିଏଭି ପବ୍ଲିକ ବିଦ୍ୟାଳୟରେ ଶିଶୁଦିବସ ପାଳନ ହୋଇଯାଇଛି। ଏହି ପବିତ୍ର ଦିବସର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌର ଆମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ଓ ଡିଏଭି ସଙ୍ଗୀତ ଗାନ କରି ଆରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ସ୍ବାଗତ ସଙ୍ଗୀତ, ସ୍ବାଗତ ନୃତ୍ଯ ସହ ଆକର୍ଷଣୀୟ ନୃତ୍ଯ ଓ ଗୀତିନାଟ୍ୟ ପରିବେଷଣ ହୋଇଥିଲା। ଇଂରାଜୀ,ଓଡିଆ, ହିନ୍ଦୀ ରେ ତିନୋଟି ଛାତ୍ରୀ ବକୃତା ପ୍ରଦାନ କରିଥିଲେ।ବିଭିନ୍ନ କାର୍ଯ୍ୟକ୍ରମ ରେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିମନ୍ତେ କେତେକ ଶିକ୍ଷୟିତ୍ରୀ ମିଶି ଏକ ଗୀତିନାଟ୍ୟ କରିଥିଲେ ଏବଂ ଆନନ୍ଦ ବଜାର, ଗେମ୍ ଷ୍ଟଲ୍ ଆୟୋଜନ ହୋଇଥିଲା। ଚିତ୍ରାଙ୍କନ, କ୍ରାଫ୍ଟ ପରିଦର୍ଶନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଅନ୍ଯାନ୍ଯ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆକର୍ଷଣୀୟ ହେବା ସହ ଶାନ୍ତିଶୃଙ୍ଖଳାର ସମାପନ ହୋଇଥିଲା।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କା ଶବରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ପ୍ରାଚୀନ ମଠ/ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା ନିମନ୍ତେ ଢେଙ୍କାନାଳ ଥୁଙ୍କର୍ସ ଫୋରମ୍‌ର ଦାବୀ 

Sunil Chandra Nayak

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ରେ ନାବାର୍ଡ ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ ହିତାଧିକାରୀ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!