ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ନୂଆପଡ଼ା ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ 

ନୂଆପଡା,ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ ହୋଇଯାଇଅଛି। ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ସାମ୍ବାଦିକ ହେବାକୁ ହେଲେ ସାମାଜିକ କର୍ମୀ ଏବଂ ଶୁ ସାହିତ୍ୟିକ ହେବା ଆବଶ୍ୟକ, କାରଣ ସମସ୍ୟା ଉପସ୍ଥାପନ ନିର୍ଭୁଲ ହେବ। ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ତଥା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼. ଫଣିନ୍ଦମ୍ ଦେଓ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ରେ ସମାଜ ରୁ ପ୍ରତ୍ୟେକ ସ୍ତର ନାଗରିକ ଙ୍କୁ ସୁରକ୍ଷା, ଅଧିକାର ଏବଂ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ କରିବାକୁ ସାମ୍ବାଦିକ ଙ୍କ ମୁଖ୍ୟ ଭୂମିକା ଅତୁଳନୀୟ ଅଟେ ବୋଲି କହିଥିଲେ। ସାମ୍ବାଦିକ ପ୍ରତିନିଧି ରୂପେ ସିମାଞ୍ଚଳ ମହାପାତ୍ର ବକ୍ତବ୍ୟ ଦେଇଥିବା ବେଳେ କୁନାଲ ଚରଣ ବେହେରା ସାମ୍ବାଦିକଙ୍କ ସ୍ଥିତି ନେଇ ସଙ୍ଗୀତ ଗାନ କରିଥିଲେ ।ବର୍ତ୍ତମାନ ଗଣମାଧ୍ୟମ ର ବୈପ୍ଲବିକ ପରିବର୍ତ୍ତନ ଓ ସୁଯୋଗ ଆସିଅଛି। ପ୍ରେସ ଏକ ସମନ୍ଵୟ ସ୍ଥାପନ କରି ବିକାଶ ର ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ। ପ୍ରଥମ ସୂଚନା ବେଶ କ୍ଷମତା ଶୀଳ ହୋଇଥାଏ ବୋଲି ସଭାରେ ଆଲୋଚିତ ହୋଇଅଛି। ସଭା ରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଜିଲ୍ଲାର କୋଣ ଅନୁକୋଣ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଶେଷ ରେ ବିଭୁ ଦତ୍ତ ଗୁରୁ ଧନ୍ୟବାଦ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେପି ବରିଷ୍ଠ ନେତା ନୃସିଂହ ଜେନାଙ୍କ ଏକାଦଶ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

Sunil Chandra Nayak

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

Sunil Chandra Nayak

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

Sunil Chandra Nayak

Leave a Comment

error: Content is protected !!