ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ସମାଜ ର ସହାୟତା

ଭବାନୀପାଟଣା,୦୭/୦୫: ଗତ ୨ ତାରିଖ ସକାଳେ ଭବାନୀପାଟଣା ନିକଟସ୍ଥ ନୂଆଗାଁ ଠାରେ ନିଜ ବାସଭବନରେ ବିଦ୍ୟୁତ ସକ ଲାଗି ଗୋବିନ୍ଦ ଦାସଙ୍କ ପତ୍ନୀ କମଳିନୀ ଦେବୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ନେବାକୁ ସ୍ଵାମୀ ଆର୍ଥିକ ସମସ୍ୟାରେ ଥିବା ଜାଣିବା ପରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସହାୟତା ଯୋଗାଇଦିଆ ଯାଇଛି। ରବିବାର ବ୍ରାହ୍ମଣ ସମାଜ କଳାହାଣ୍ଡି ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ପଣ୍ଡା, ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ଶେଷଦେଵ ମିଶ୍ର ଗୋବିନ୍ଦ ଦାସ ଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସ୍ୱନ୍ତନା ଦେବା ସହ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟା ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ପାଞ୍ଚ ହଜାର ଏକଶହ ଟଙ୍କା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ସୋମବାର ଗୋବିନ୍ଦ ନିଜ ଦିବଙ୍ଗତ ପତ୍ନୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ଯିବେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହାସଂଘ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳିତ

masiha

ଦେଶୀ ତାଲିମ ଗୃପ ର ସିଡିଏଓ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

masiha

ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ  ,ଗ୍ରାମାଞ୍ଚଳ ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ 

Leave a Comment

error: Content is protected !!