ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଗଣମାଧ୍ୟମ ଦିବସରେ ସମ୍ମାନିତ ହେଲେ ସାମ୍ବାଦିକ କ୍ଷମାନିଧି ମହାଖୁଡ଼

ଜାତୀୟ ଗଣମାଧ୍ୟମ ଦିବସରେ ସମ୍ମାନିତ ହେଲେ ସାମ୍ବାଦିକ କ୍ଷମାନିଧି ମହାଖୁଡ଼

 ଲାଞ୍ଜିଗଡ,୧୬/୧୧(ମନିସ)-ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲାଞ୍ଜିଗଡ ପ୍ରେସ କ୍ଳବ ଉପସଭାପତି ତଥା ଲାଞ୍ଜିଗଡ ବ୍ଲକ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ଼। ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସହବନ୍ଧିତ କଳାହାଣ୍ଡି ସାମ୍ବାଦିକ ୟୁନିୟନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦଓ ଯୋଗଦେଇ ଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟଯୋଶୀ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ ପଣ୍ଡା, କଳାହାଣ୍ଡି ସାମ୍ବାଦିକ ୟୁନିୟନ ଜିଲ୍ଲା କାର୍ଯ୍ୟକାରି ସଭାପତି ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ପ୍ରମୁଖ ମଂଚାସୀନ ଥିଲେ। ଓୟୁଜେର ରାଜ୍ୟ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ସାମ୍ୱାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର ସଭା ପରିଚାଳନା କରିଥିଲେ। ଶ୍ରୀ ମହାଖୁଡ଼ଙ୍କୁ ସମ୍ବର୍ଦ୍ଧନା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ସାଧାରଣ ସମ୍ପାଦକ ଏମ. ଚନ୍ଦ୍ରଶେଖର, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ଉପଦେଷ୍ଟା କୈଳାସ ସାହୁ, ସଦସ୍ୟ ରମେଶ ନାୟକ, ହିମାଦ୍ରୀ ପେସନିଆ, ଧର୍ମେନ୍ଦ୍ର ପଣ୍ଡା, ପ୍ରଭୁ ରଞ୍ଜନ ସାମଲ, ଦିଲୀପ ନାଏକ, ଦେବାଶିଷ ରଞ୍ଜନ ବିଶି, ଆଶୁତୋଷ ପୁରୋହିତ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

masiha

କେଲିଆ ଶୈବପୀଠ ରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଆପୋଲୋ ହସ୍ପିଟାଲ ରେ ଜାତୀୟ ସ୍ତରୀୟ ଶଲ୍ୟଚିକିତ୍ସା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!