ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ସ୍ତରରେ ଥୁଆମୂଳ ରାମପୁର ର ସଫଳତା

ଥୁଆମୂଳ ରାମପୁର:୧୯/୪- ମ.ନି.ସ:- ମିଳିତ ଜାତିସଂଘର ଭାରତ ଓ ଭୂଟାନ ମିଳିତ ଆନୁକୂଲ୍ୟରେ ଓ ଫାୟାର୍ଗେଜ ଅନୁଷ୍ଠାନ ପକ୍ଷରୁ ପରିବେଶ ସୁରକ୍ଷା ସମ୍ବର୍ଦ୍ଧିୟ ଏକ ଅନ୍ ଲାଇନ୍ ପ୍ରତିଯୋଗିତା ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିଲା। ଯାହାର ଶୀର୍ଷକ ଥିଲା “School Champs For Climite Action” ପ୍ରତିଯୋଗୀ ମାନଙ୍କୁ ୧୦ ଟି ଭିନ୍ନ ଭିନ୍ନ ବିଷୟରେ ନିଜ ପକ୍ଷ ରଖିବାର ନିୟମ ଥିଲା।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ବିକାଶ ଶିକ୍ଷା ନିକେତନ,କୁମୁଡାବହାଲ ଅଷ୍ଟମ ଶେଣୀରେ ଅଧ୍ଯୟନ ରତ ଛାତ୍ରୀ ସୁଶ୍ରୀ ଜ୍ଯୋତି ପରାଭୋଇ ପି – ସୁନାସିଂ ପରାଭୋଇ ଗ୍ରାମ ସାଇସୁର୍ନି ପରିବେଶ ଅନୁକୂଳ ଉତ୍ପାଦନ ବିଷୟ ବସ୍ତୁ କୁ ଚୟନ କରିଥିଲେ ଏବଂ ଏହାର ପ୍ରକଳ୍ପ ପ୍ରସ୍ତୁତ କରି ଅନ୍ ଲାଇନ୍ ମାଧ୍ୟମରେ ନିଜର ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନା କରିଥିଲେ। ଯେଉଁଥିରେ କି ଦେଶର ୨୫୦ ଟି ବିଦ୍ୟାଳୟର ୭୨୦୦ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଜ୍ଯୋତି ପରାଭୋଇ ଙ୍କ ପ୍ରକଳ୍ପ ଟି ସର୍ବ ଭାରତୀୟ ସ୍ତରରେ (ହିନ୍ଦୀ) ବିଭାଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ, ଜିଲ୍ଲା ତଥା ରାଜ୍ଯକୁ ଗୌରବାନ୍ବିତ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ତଥା ନିଜ ଅଞ୍ଚଳ ସର୍ବ ଭାରତୀୟ ସ୍ତର ରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଳକରେ ଥିବା ଗ୍ରାମ ବିକାଶ ଶିକ୍ଷା ନିକେତନ ଆଗକୁ ଏହି ଭଳି ଛାତ୍ର ଛାତ୍ରୀ ଗଢିବା ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବା ନେଇ ପ୍ରୟାସ ରଖିଥିବା ଜଣାଯାଏ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଏଟିଏମ ଲୁଟ ହୋଇଥିବା ଟଙ୍କା ଜବତ

Sunil Chandra Nayak

ଏବିଭିପି ଦ୍ଵାରା ନର୍ଲାରେ ଋତୁମତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

Sunil Chandra Nayak

Leave a Comment

error: Content is protected !!