ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ରିପୋଟର୍ସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ  ‘କର୍ମ ହିଁ ଉପାସନା’ ଉପରେ ଆଲୋକପାତ  

ନର୍ଲା ରିପୋଟର୍ସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

‘କର୍ମ ହିଁ ଉପାସନା’ ଉପରେ ଆଲୋକପାତ  

ରୁପ୍ରା, ୧୬/୧୧ ( ଅଜୟ କୁମାର ସେନାପତି ) : ନର୍ଲା ବ୍ଲକ୍ ଅଧିନ ରିପୋଟର୍ସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସେରଗଡ ପଞ୍ଚାୟତ ଅଧିନ ଡେଙ୍ଗସର୍ଗି ସ୍ଥିତ ପାମ୍ ବଗିଚା ଠାରେ ଶନିବାର  ମହାସମାରୋହରେ ପାଳିତ ହୋଇଯାଇଛି। ରିପୋର୍ଟର୍ସ୍ କ୍ଲବ୍ ସଭାପତି ଦୀପକ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅର୍ଥ ବିଭାଗର ଅବସରପ୍ରାପ୍ତ ମହା ଲେଖାକାର ପୂର୍ଣ୍ଣଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର, ଅବସରପ୍ରାପ୍ତ ଶିକ୍ଷକ ତଥା କବି ମଧୂସୁଦନ ରାଉତ, ବରିଷ୍ଠ  ସାମ୍ବାଦିକ ଅନୀଲ ଅଗ୍ରୱାଲ, ବିଜେପିର ବରିଷ୍ଠ କର୍ମକର୍ତ୍ତା  ମନ୍ମୟ ଚାନ୍ଦ, ସରୋଜ ବୁଦ୍ଧିଆ, ସମାଜସେବୀ କୁମୁଦ ନାଏକ ଓ ନରସିଂହ ଥାପା ପ୍ରମୁଖ ଯୋଗଦାନ କରିଥିଲେ।  ଜାତୀୟ ପ୍ରେସ୍ ଦିବସର ଆଭିମୁଖ୍ୟ ଉପରେ ମାର୍ଗ ଦର୍ଶନ କରି ମୁଖ୍ୟ ଅତିଥି ଶ୍ରୀ ମାଝୀ ‘କର୍ମ ହିଁ ଉପାସନା’ ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବାବଦରେ ସବିଶେଷ ଆଲୋକପାତ କରିଥିଲେ । ସେହିପରି ଅନ୍ୟାନ୍ୟ ଅତିଥି ମାନେ ଜଣେ ସାମ୍ବାଦିକ ନିର୍ଭୁଲ ଭାବରେ ଖବର ସଂଗ୍ରହ କରି  ସମ୍ବାଦ ପରିବେଷଣ କରିବାକୁ ମତବ୍ୟକ୍ତ କରି ରିପୋର୍ଟର୍ସ୍ କ୍ଲବର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ନର୍ଲାରୋଡ୍ ସ୍ଥିତ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଉପଢୌକନ ଦେଇ ପ୍ରେସ୍ କ୍ଲବ୍ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ମଞ୍ଚ ପରିଚାଳନା ବରିଷ୍ଠ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ ଓ ଧନ୍ୟବାଦ ଅର୍ପଣ ଅବସରପ୍ରାପ୍ତ ଶିକ୍ଷକ ତଥା କବି ମଧୂସୁଦନ ରାଉତ କରିଥିଲେ । ରିପୋଟର୍ସ୍ କ୍ଲବ୍ ର ତ୍ରିଲୋଚନ ଗଉଡ, ଅଜୟ ସେନାପତି, ଶୁଶାନ୍ତ ଚାନ୍ଦ(ତାମିଲ ), ଚିତ୍ତରଞ୍ଜନ ରଣା, ପ୍ରଦୀପ ଗଉଡ, ଖଗେଶ୍ବର କୁମାର, ସୁବ୍ରତ ସାହୁ, ଅନନ୍ତ ପାଲଙ୍କ ସମେତ ହକର୍ ବେଣୁପାଣି ଗୌଡ ଓ କୈଳାସ ସା ତଥା ନର୍ଲା, କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକର ଅନେକ ସାମ୍ବାଦିକ ବନ୍ଧୁ ଯୋଗଦାନ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ସାରନଗରୀ ଶାଖାର ମାସିକ ସାରସ୍ଵତ ସମାବେଶ 

Sunil Chandra Nayak

ତିନି ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଔମୂଳ ଛକଠାରେ ଖୋଲିଲା ଜଳଛତ୍ର

masiha

Leave a Comment

error: Content is protected !!