ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାକୁ ଗୁରୁତ୍ବ,ମୋହନ ସରକାରଙ୍କ ଦାୟିତ୍ବରାୟଗଡା ଚନ୍ଦ୍ରପୁରୁ,ବିଷମକଟକ ଵ୍ଲକର ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷାକୁ ଗୁରୁତ୍ବ,ମୋହନ ସରକାରଙ୍କ ଦାୟିତ୍ବରାୟଗଡା ଚନ୍ଦ୍ରପୁରୁ,ବିଷମକଟକ ଵ୍ଲକର ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ

ରାୟଗଡା /ଚନ୍ଦ୍ରପୁରୁ-17.11.024 ରାଜ୍ୟରେ ଜନସାଧାରଣଙ୍କ ବିଶ୍ଵାସ ଭାଜନ ହୋଇ ବିଜେପି ସରକାର କଥା ଅନୁଯାୟୀ ଲୋକଙ୍କ ସରକାର ଦ୍ବାରା କାର୍ଯ୍ୟରେ ପରିଣତି କରି ଚାଲୁଛନ୍ତି। ମୋହନ ଚରଣ ମାଝି ମୁଖ୍ୟମନ୍ତୀ ହେବା ଅଳ୍ପ ଦିନ ମଧ୍ୟରେ ଵହୁ ଜନକଲ୍ୟାଣ ମୂଳକ କାର୍ଯ୍ୟ ପୂର୍ଵ ସରକାରଙ୍କ ଭଳି ପ୍ରଶାସକଙ୍କ ଉପରେ ନ୍ୟସ୍ତ ନ କରି ଲୋକଙ୍କ ପ୍ରତିନିଧୀ ମାନଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସ୍ବଛତାର ସହିତ ଜନକଲ୍ୟାଣ କାର୍ଯ୍ୟ କରାଯାଉଛି।ଯାହାକି କେଇଟା ଦିନ ସରକାର ହେବା ଦିନରୁ ଲୋକଙ୍କ ସମୁହ ସ୍ବାର୍ଥ ପାଇଁ ମନ୍ତ୍ରୀ ମାନେ ଗ୍ରାମାଞ୍ଚଳରେ ପହଁଞ୍ଚି ପାରୁଛନ୍ତି।ଏହି ପରିପ୍ରେକ୍ଷିରେ ଶିକ୍ଷା ପ୍ରତି ଗୁରୁତ୍ବ ଦିଆଯାଇ ଗତକାଲି ଗଣଶିକ୍ଷା ତଥା କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ରାୟଗଡା ଜିଲ୍ଲାର ଵିଭିନ୍ନ ବ୍ଲକର ଉଚ୍ଚ ବିଦ୍ୟାଳୟ ପରି ଦର୍ଶନ କରି ସମସ୍ୟା ବୁଝିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଯାହାକି ଵିଜେଡି ସରକାର ସମୟରେ ଏମିତି ସିଧାସଳକ ବୁଝିବାକୁ ମନ୍ତ୍ରୀମାନଙ୍କୁ ସୁଯୋଗ ମିଳୁନଥିଲା ଵୋଲି ଅଭିଯୋଗ ସେତେଵେଳେ ହେଉଥିଲା। ଚନ୍ଦ୍ରପୁରୁ ବ୍ଲକ ଡାଙ୍ଗସୋରଡା କଲ୍ୟାଣ ଵିଭାଗର ଊଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ଥ ଗଣ୍ଡ ଆଠଟି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଵା ଵେଳେ ସମ୍ମାନ୍ନୀତ ଅତିଥି ଭାବେ ଗୁଣୁପୁରୁ ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ ,ଉତ୍କଳ ସ୍ବାଭିମାନ ମଞ୍ଚର ସଭାପତି ରାଧା ମୋହନ ଦାସ,ଵିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ରାଜ୍ୟ ଵିଜେପି ମୋର୍ଚ୍ଚା ସଭାପତି କାଳୀ ଚରଣ ମାଝି,ରାଜ୍ୟ ସଦସ୍ୟ ଶିବଶଙ୍କର ଉଲ୍ଲାକା,ମଣ୍ଡଳ ସଭାପତି ବାପି ସାହୁକାର ସମେତ ସମସ୍ତ ଵିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଦ୍ବାରା ସ୍ଥାପିତ ପ୍ରତିମୂର୍ତ୍ତ ଵିଷୟରେ ବିସ୍ତୃତ ଭାବେ ଅତିଥିମାନେ ଆଲୋଚନା କରିଥିଲେ।ଏହାପରେ ମନ୍ତ୍ରୀ ବିଷମକଟକ ବ୍ଲକ ଡାକୁଲୁଗୁଡା ଉଚ୍ଚ ବିଦ୍ୟାଳୟର ଵହୂମୂଲ୍ୟରେ ନିର୍ମିତ ବିଲ୍ଡିଙ୍ଗ୍ ଉଦ୍ଘାଟନ କରିବା ସହ ଵିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝିଥିଲେ।ଅପରପକ୍ଷରେ ରାୟଗଡା ଠାରେ ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ସଂଘ ପକ୍ଷରୁ ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡଙ୍କୁ ପୁଷ୍ପଗୁଛ ଓ ଉପ ଢୌକନ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା।ନୂତନ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଅଗ୍ରଗତି ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଗଣମାଧ୍ୟମରେ କହିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଭିନ୍ନ ଶିକ୍ଷକ ବର୍ଗ ପରିବର୍ତ୍ତେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଏକକ ବର୍ଗରେ ପରିଣତ କରିବା ଏବଂ ଗତ ଦୁଇ ବର୍ଷରୁ ଉର୍ଦ୍ଧ ବନ୍ଦ ଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ନିମନ୍ତେ ସଂଘ ଦାବିପତ୍ର ପ୍ରଦାନ ପୂର୍ବକ ଅନୁରୋଧ କରିଥିବା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୀଳାଞ୍ଚଳ ମିଶ୍ର କହିଛନ୍ତି । ଶିକ୍ଷକ ମାନଙ୍କ ପଦୋନ୍ନତି ନିମନ୍ତେ ସରକାର ଚେଷ୍ଟିତ ଏବଂ ଅତିଶୀଘ୍ର ଏହାର କାର୍ଯ୍ୟକାରୀ ହେବ ତଥା ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ନିମନ୍ତେ ସ୍ଵତନ୍ତ୍ର ଏକକ ବର୍ଗ ସଂରଚନା ନିମନ୍ତେ ସରକାର ଚିନ୍ତା କରୁଥିବା ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥ

masiha

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

masiha

Leave a Comment

error: Content is protected !!