ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ

ରାୟଗଡ଼ା: ତା : ୧୭/୧୧/୨୪ // ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସଭାପତି ମହୋନ ରାଓ ମାଝୀ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଲାୟନସ କ୍ଳବ୍ ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ସଂଘର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିଜର ବକ୍ତବ୍ୟ ରଖିବା ସହ କାର୍ଯ୍ୟରତ ଶ୍ରମିକମାନଙ୍କ ସମସ୍ୟା ଉପରେ ଗଭୀର ଆଲୋଚନା ସହିତ ଆବଶ୍ୟକୀୟ ସ୍ଥଳେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବା ପାଇଁ ଗୁରୁତ୍ୱାରୋପ କରିଥିଲେ , ଭାରତୀୟ ମଜଦୂର ସଂଘର ୭୦ ବର୍ଷ ଫୁର୍ତ୍ତିକୁ ଆଧାର କରି ସଂଘ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଯଥା ଆସନ୍ତା ଡ଼ିସେମ୍ବର ମାସରେ ରାଜ୍ୟ ର ନିଷ୍ପତ୍ତି କ୍ରମେ ୮ ରୁ ୧୦ ଲକ୍ଷ୍ୟ ଶ୍ରମିକ ସମାଜରେ ଜନସମ୍ପର୍କ ଅଭିଯାନ ସହିତ ଆସନ୍ତା ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ମହିଳା ସମ୍ମିଳନୀ, ଯୁବା ସମ୍ମିଳନୀ କାର୍ଯ୍ୟକ୍ରମ କରିବା ସହ ଯୁବକ ଏବଂ ଯୁବତୀ ମାନଙ୍କ ମଧରେ ଶ୍ରମିକ ସଂଘ ପ୍ରତି ଆଶା ଶୃଷ୍ଠୀ କରିବା, ନୂତନ ନେତୃତ୍ବ ବିକାଶ କରିବା ପାଇଁ ପ୍ରୟାସ କରିବା , ସାମାଜର ଗଠନ ପାଇଁ ଓ ପରିବର୍ତ୍ତନକୁ ଦୃଷ୍ଟି ରଖି ପଞ୍ଚ ପରିବର୍ତ୍ତନ ତଥା ପର୍ଯ୍ୟାବରଣ, ସ୍ଵେଦେଶି , ଯୈାଥ ପରିବାରର ଆବଶ୍ୟକତା , ସାମାଜିକ ସମର ସତା ଏବଂ ନାଗରିକ କର୍ତ୍ତବ୍ୟ ଉପରେ ଗୁରୁତ୍ଵାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଇମ୍ପା ଠିକା ମଜଦୂର ସଂଘ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ପାଚିକା ସଂଘ , ସ୍ବାବଲମ୍ବୀ କାରିଗର ସଂଘ , ବ୍ୟବସାୟ ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ, ବିଶ୍ଵକର୍ମା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ , ମାଛ ବ୍ୟବସାୟୀ ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ହସପିଟାଲ କର୍ମଚାରୀ ସଂଘ ର ସମସ୍ତ ନେତୃବୃନ୍ଦ ମାନଙ୍କ ସହ ଜିଲ୍ଲାର ୧୧ ଟି ବ୍ଳକର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଉପସଭାପତି ଦୂର୍ଗା ମାଧବ ଘୋଷ , ଉପସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଶ୍ରୀମତୀ ଉଷା ରାଣୀ ଦାଶ , ଶ୍ରୀମତୀ ନେହା ସିଂ , ଏ ତିରୁପତି ରାଓ , ସତ୍ୟବାନ୍ ଦୂର୍ଗା , ଯୋତିରମୟ ମିଶ୍ର , ଆନନ୍ଦ ରାଉଳ , ମନୋଜ ଦାସ ପରିଚାଳନା କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

masiha

ବସୁଧୈବ କୁଟୁମ୍ବକମ୍ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!