ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ଧାନ ଗଦା ପୋଡ

ନିଆଁ ଲାଗି ଧାନ ଗଦା ପୋଡ

ଡାବୁଗାଁ, ୧୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମରେ ସୋମବାର ଅପରାହ୍ନ ୪ ଘ ସମୟରେ ଧାନ ଗଦାରେ ନିଆଁ ଲାଗି ପୋଡି ଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମର ମନବୋଧ ଜାନୀ ଙ୍କ ଘର ପଛ ପଟ ଖଳାରେ ଧାନ ଗଦା କରି ରଖାଯାଇଥିଲା | ଆଜି ୪ ଘ ସମୟରେ ଧାନ ଗଦାରେ ଧୀରେ ଧୀରେ ନିଆଁ ଲାଗି ଧୂଆଁ ବାହାରିବାରୁ ଘରେ ଥିବା ମହିଳା ମାନେ ବାହାରରେ ଯାଇ ଦେଖିଥିଲେ ଯେ ଧାନ ଗଦା ରେ ନିଆଁ ଲାଗିଛି | ଧାନ ଗଦା ପାଖରେ ଥିବା ଅମଳ ହୋଇଥିବା ମକାରେ ମଧ୍ୟ ନିଆଁ ଲାଗି ଯାଇଥିଲା | ମହିଳା ମାନେ ପାଟି କରି ଲୋକଙ୍କୁ ଡାକିଥିଲେ | ପାଟି ଶୁଣି ଲୋକେ ଆସି ନିଆଁ କୁ ଲିଭାଇବାକୁ ଚେଷ୍ଟା କରିଥିଲେ | ପରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର କୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିସମ ଗାଡି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା | ନିଆଁ ଲାଗି ୩ ଏକର ଜମିରେ ଚାଷ ହୋଇଥିବା ଧାନ ପୋଡି ନଷ୍ଟ ହୋଇଯାଇଛି | ଏଥିରେ ଆନୁମାନିକ ପ୍ରାୟ ୪୦ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଧାନ ଓ ପ୍ରାୟ ୨ କୁଇଣ୍ଟାଲ ମକା ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି | ଏଥିରେ ଡାବୁଗାଁ ଅଗ୍ନିସମ କେନ୍ଦ୍ର ଅଧିକାରୀ ହିମାଂଶୁ ଶେଖର ନାୟକ ଓ କର୍ମଚାରୀ ପ୍ରସନ୍ନ ବିଶ୍ଵାଳ, ଲକ୍ଷ୍ମୀଧର ଜାନୀ, ହେମନ୍ତ ମାଝି, ମାନସିଂ ଶବର, ନିର୍ମଳ ଚନ୍ଦ୍ର ତରିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

masiha

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

Sunil Chandra Nayak

Leave a Comment

error: Content is protected !!