ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

୨୦୨୧ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧି କୁଲିହାରୀ ଗ୍ରାମର ୧୯ ବର୍ଷିୟ ଯୁବକ ବୌଦ୍ଧ ବାଗ ମୋଟର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ରାସ୍ତା କଡରେ ଠିଆ ହୋଇଥିବା ସେହି ଗ୍ରାମର ଉମେଶ ନାଗଙ୍କ ହାତରେ ମୋଟର ସାଇକେଲ ହ୍ୟାଣ୍ଡେଲ ଧକ୍କା ହେବାରୁ ସେ ଉତ୍ୟକ୍ତ ହୋଇ ବୌଦ୍ଧ ବାଗ ଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ କରିଥିଲେ l ଅନତି ଦୂରରେ ଠିଆ ହୋଇଥିବା ତାଙ୍କ ଭାଇ ଜିତେନ୍ଦ୍ର ଓ ପରିବାରର ଅନ୍ୟ ତିନିଜଣ ମହିଳା ସଦସ୍ୟା ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ପୀଡିତ କୁ ମୋଟର ସାଇକେଲ ରୁ ଟାଣି ଆଣି ତଳେ ପକାଇ ଲାତ ଗୋଇଠା ମାରିବା ଦ୍ଵାରା ସେ ଅଚେତ ହୋଇ ପଡିଥିଲା।ସମ୍ପର୍କୀୟ ମାନେ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା କୁ ଆଣିଥିଲେ ହେଁ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା l ସେଠାରେ ପୀଡିତ ର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଶରୀର ର ନିମ୍ନ ଭାଗ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ଡାକ୍ତର ସ୍ପଷ୍ଟ କରିଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ବେସରକାରୀ ଡାକ୍ତରଖାନା ରେ ତାର ବିଭିନ୍ନ ଅସ୍ତ୍ରୋପଚାର କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା l ଘଟଣା ପରଠାରୁ ପୀଡିତ ବୌଦ୍ଧ ବାଗ ଅସହାୟ ଅବସ୍ଥାରେ ଅଚଳ ଭାବେ ଏକ ଖଟିଆରେ ପଡି ରହିବା ସହ ପରିବାର ସଦସ୍ୟ ତାର ଯାବତୀୟ ନିତ୍ୟକର୍ମ ଉକ୍ତ ଖଟ ଉପରେ ସମ୍ପାଦନ କରୁଛନ୍ତି l ଏନେଇ ପୀଡିତ ର ବାପା ଧର୍ମଗଡ଼ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଧର୍ମଗଡ଼ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୪୬/ ୨୦୨୧ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୪୧/୨୯୪/ ୩୨୫/୩୦୭ ଓ ୩୪ ଲାଗୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ଅନ୍ୟତିନି ମହିଳା ଅଭିଯୁକ୍ତ ଜାମିନ ପାଇଁ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା l ପୀଡିତ ସମ୍ପୂର୍ଣ୍ଣ ଅଚଳାବସ୍ଥା ରେ ଶଯ୍ଯା ରେ ମୃତବତ୍ ପଡି ରହୁଥିବା ଯୋଗୁ ସାକ୍ଷ୍ୟ ପ୍ରଦାନ ପାଇଁ ଅଦାଳତ ଆସିବାକୁ ଅକ୍ଷମ ହୋଇ ଥିଲେl ପ୍ରଥମଥର ପାଇଁ ମାନ୍ୟବର ଅଦାଲତ ପୀଡିତ ର ବାସଗୃହ ରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପୀଡ଼ିତର ବୟାନ ରେକର୍ଡ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଉମେଶ ନାଗ, ଜିତେନ୍ଦ୍ର ନାଗ ଓ ତିନିଜଣ ମହିଳା ଅଭିଯୁକ୍ତ ଙ୍କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୫ ବଳରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ପାଇଁ ରାୟ ପ୍ରଦାନ କରିଛନ୍ତି l ପୀଡିତଙ୍କ ଚିକିତ୍ସା ପାଇଁ ପରିବାର ସର୍ବସ୍ୱାନ୍ତ ହୋଇ ସାରିଥିବା ବେଳେ ଘଟଣାରେ ପୀଡିତ ଜୀବନ ବ୍ୟାପି ପଙ୍ଗୁ ହୋଇଯାଇଥିବା ଓ ଆରୋଗ୍ୟ ର କୌଣସି ଆଶା ନଥିବା ତଥ୍ୟକୁ ବିଚାରକୁ ନେଇ ମାନ୍ୟବର ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପାରିସ କରିଛନ୍ତିl ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

Sunil Chandra Nayak

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!