ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ପଞ୍ଚାୟତ ସ୍ତରିୟ ପରବ ମହତ୍ସବ 

ବନ୍ଧୁଗାଁ ତା, ୧୯/୧୧/୨୪,ଆଜି ବନ୍ଧୁଗାଁ ବ୍ଲକ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୪ ଉପଲକ୍ଷେ ଆୟୋଜନ କରାଯାଇଥିଲା I ଆଜି ମା ସନ୍ତୋଷୀ ଠାକୁରାଣୀ ମନ୍ଦିର ଠାରୁ ମସାଲ ଶୋଭାଯାତ୍ରା ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ଲୁଦ୍ରୋ ଜାକାକା ଓ ବ୍ଲକର ମାନ୍ୟଗଣ ବ୍ୟକି ମାନଙ୍କ ଉପସ୍ଥିତରେ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ଖେଳ ପଡିଆ ଠାରେ ମସାଲ ପହଂଚିଥିଲା I ପରବ ୨୦୨୪ ଉପଲକ୍ଷେ ପଞ୍ଚାୟତ ଓ ବ୍ଲକର ଲୋକେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ କୁମ୍ଭାରି ପୁଟ ପଞ୍ଚାୟତର ଆଗ ଧାଡିର ରାଜନେତା ଅସକ କୁମାର ପଣ୍ଡା ଙ୍କ ଦ୍ୱାରା ରିବନ କଟା ଯାଇ ଏବଂ ସାଥିରେ ଦଳର କିଛି କଂଗ୍ରେସ କର୍ମୀ ଓ ଆନ୍ୟାନ୍ୟ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଜିର ପଞ୍ଚାୟତ ସ୍ତରୀୟ ୨୦୨୪ ପରବ ମହୋତ୍ସବ ର ୧୬ ଓ ୧୮ ଦୁଇଦିନ ଧରି ହୋଇଥିବା ଖେଳ ଓ କ୍ରୀଡା ଓ ଲୁକାୟତ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କରିବା ପାଇଁ ସୁଭ ଉଦ୍ଧଘାଟନ କରିଥିଲେ I ଉଦ୍ଧଘାଟନ ପରେ ଛାତ୍ରଛାତ୍ରୀଙ୍କ ପାଇଁ ଯାହା ଖେଳ କୁଦ ଗିତ ନାଚ, ଢେମଶା ଓ ନୃତ୍ୟ ପରିବେଶଣ କୋରାଯାଇଥିଲା I ପାରମ୍ଫାରିକ ଅନୁଯାଇ ଆଦିବାସୀ ଓ କୋରାପୁଟଆ ନାଚ ଗିତ ଓ ଢେମସାରେ ମଞ୍ଚ ଝୁମି ଉଠିଥିଲା I ଓ ପଞ୍ଚାୟତର ସରପଞ୍ଚ ବରିଷ୍ଠ ନେତା ଯୋଗ ଦେଇ କୃତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ଆଜିର ପରବ ମହୋତ୍ସବର ଆୟୋଜକ ଥିଲେ ପଞ୍ଚାୟତର ପିଓ ଶ୍ରୀ ଅର୍ଜୁନ କୁମାର ଖେମୁଣ୍ଡୁ ଦାୟୀତ୍ୱ ତୁଳାଇଥିଲେ I

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

masiha

ପୋଢ଼ବଳି ସହ ଶେଷ ହେଲା ନିୟମରଜା ପରବ  ୧୧୨ ଆଦିବାସୀ ଗାଁରୁ ସାମିଲ ହେଲେ ଶହ ଶହ ଡଙ୍ଗରିଆ କନ୍ଧ ପରିବାର

masiha

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!