ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ, ଗଣିତ ଓ ପରିବେଶ ମେଳା 

ବ୍ଲକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ, ଗଣିତ ଓ ପରିବେଶ ମେଳା 

ଡାବୁଗାଁ, ୧୯/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ, ଗଣିତ ଓ ପରିବେଶ ମେଳା -୨୦୨୪ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ଭାବେ ଡାବୁଗାଁ ବିଡିଓ ଶରତ ମାଝି ଯୋଗ ଦେଇ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ, ଗଣିତ ଓ ପରିବେଶ ମେଳା କୁ ଉଦଘାଟନ କରିଥିଲେ | ଏଥିରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରାଥମିକ ସ୍ତରୀୟ ୪୫ ଟି ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରେ ବିଚାରକ ଭାବେ ବଡକୁମୁଲି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ଜେନା, ପାପଡାହାଣ୍ଡି ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ସମୀର ନାଇକ ଓ ଡାବୁଗାଁ ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିବେକ କୁମାର ନାୟକ ଯୋଗ ଦେଇ ୭ ଟି ବିଭାଗର ୧୪ ଟି ଶ୍ରେଷ୍ଠ ପ୍ରକଳ୍ପକୁ ଚୟନ କରିଥିଲେ | ଚୟନ ହୋଇଥିବା ଶ୍ରେଷ୍ଠ ପ୍ରକଳ୍ପ ଗୁଡିକ ହେଲା ଖାଦ୍ୟ ଓ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗୀୟ ପ୍ରକଳ୍ପ ଗାୟତ୍ରୀ ଭତ୍ରା ଓ ଫୁଲ ମାଝି (୧ମ) ଏବଂ ଶଙ୍କର ଭତ୍ରା ଓ ଅନ୍ତୁ ହରିଜନ (୨ୟ), ପରିବହନ ଓ ଯୋଗାଯୋଗ ଜ୍ୟୋତିର୍ମୟୀ ଅଜାଙ୍ଗୀ (୧ମ) ଏବଂ ସନ୍ତୋଷ ମିର୍ଗାନ ଓ ସନ୍ତୋଷ ବଞ୍ଜରା (୨ୟ), ପ୍ରାକୃତିକ କୃଷି ଉଦ୍ୟୋଗ ସଞ୍ଚିତା ସାହୁ ଓ ଶସ୍ମିତା ନାୟକ (୧ମ) ଏବଂ ପୂର୍ବବତୀ ଭତ୍ରା ଓ ସନ୍ଧ୍ୟା ନାୟକ (୨ୟ) ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ରେ ଅମ୍ବିକା ଭତ୍ରା ଓ ଭାଗୀରଥୀ ଭତ୍ରା (୧ମ) ଏବଂ ଅଭୀପ୍ସା ମହାଙ୍କୁଡ (୨ୟ), ଗାଣିତିକ ପ୍ରତିରୂପାୟନ ଓ ସଂଗଣନା ରେ ସାଗର ନାୟକ ଓ ନିହାର ସିଂ (୧ୟ), ଏବଂ ବନ୍ଧୁ ଭତ୍ରା ଓ ଦେବେନ୍ଦ୍ର ଭତ୍ରା (୨ୟ), ବର୍ଯ୍ୟବସ୍ତୁ ପରିଚାଳନା ରେ ରାଇବାରୁ ଭତ୍ରା ଓ ପୂର୍ଣ୍ଣିମା ଜାନୀ (୧ମ) ଏବଂ ଆଦିତ୍ୟ କୃଷ୍ଣ ସାହୁ ଓ ସାଇ ପ୍ରସନ୍ନ ଜେନା (୨ୟ), ସମ୍ବଳ ପରିଚାଳନା ଆଦ୍ୟାନ୍ସ ନିଶଙ୍କ (୧ମ) ଓ ଅରୁଣ ସାହୁ (୨ୟ) ସ୍ଥାନ ଅଧିକାର କରିଥିଲେ | ଏଥିରୁ ୭ ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବେ | ଚୟନ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଶେଷରେ ଉଦଯାପନୀ ଉତ୍ସବରେ ଆବାହକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ବରିଷ୍ଠ ନେତା ଏମ୍. ଆପ୍ପା ରାଓ, ମୁଖ୍ୟ ବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମସ୍ତରାୟ ପ୍ରମୁଖ ମଞ୍ଚାସୀନ ଥିଲେ | ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ ଓ ଗୁପ୍ତେ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ | ଏଥିରେ ଶିକ୍ଷୟତ୍ରୀ ଗୀତାଞ୍ଜଳି ବସ୍ତିଆ, ପରସ୍ମିତା ପାତ୍ର, ସୁଜ୍ଞାନୀ ବେହେରା, ବିଷ୍ଣୁପ୍ରିୟା ବେହେରା, ଗିରିଶବାଳା ଜେନା, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ରାଇସିଂ ପୂଜାରୀ, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ବିଶ୍ଵେଶ କୁମାର ତ୍ରିପାଠୀ, ବଲ୍ଲଭ ନାରାୟଣ ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା, ହେମନ୍ତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

masiha

କୁମ୍ଭଗାଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଜନ ଶୁଣାନୀ ଶିବିର 

masiha

Proud of Cuttack Sadar Rabindranath pati passed away.

Sunil Chandra Nayak

Leave a Comment

error: Content is protected !!