ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ରେ ଯୋଗ ଦେଲେ ବିଜେଡି ର ବହୁ ନେତା ଓ କର୍ମୀ

ବିଜେପି ରେ ଯୋଗ ଦେଲେ ବିଜେଡି ର ବହୁ ନେତା ଓ କର୍ମୀ

ରାଉରକେଲା : ଦୀର୍ଘଦିନ ଧରି ବିଜୁଜନତା ଦଳରେ କାମକରିଥିବା ତଥା ବିଜୁ ଯୁବ ଜନତା ଦଳର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ ଜେନା ଏବଂ ପୂର୍ବତନ ଉପସଭାପତି ବିଶ୍ୱଜିତ ଜେନା,ହାତିବନ୍ଧା ଗ୍ରାମ ପଂଚାୟତର ନାଏବ ସରପଞ୍ଚ ନିରଞ୍ଜନ ବେହେରା, ମାଜେଶ ଆଣ୍ଠୋନ୍ୟ ଫ୍ରାନସ,କାଳନ୍ଦୀ ଚରଣ ନାୟକ,ଲଳିତ ଦାସ,ମଙ୍ଗଳ ଦାସ,ରବି ନାରାୟଣ ସାହୁ,ଅରୁଣ କୁମାର ମହାନ୍ତି, ଗୋବିନ୍ଦ ଗିରି,ସଞ୍ଜୟ ସିଂ, ମୁନା ଯାଦବ,ଲଷ୍ମୀକାନ୍ତ ରାୟ, ଅରୁଣ ମହାପାତ୍ର ଙ୍କ ସମେତ ବିଜେଡ଼ି ବହୁ ଯୁବ ନେତା ଓ କର୍ମୀମାନେ ଆଜି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମମନ୍ତ୍ରୀ ଯୋଗ ଦେବାକୁ ଆସିଥିବା ସମୟରେ ଯୋଗ ଦେଇଥିଲେ । କେନ୍ଦ୍ର ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ରାଉରକେଲା ଗସ୍ତ ସମୟରେ ସେକ୍ଟର-୩ ସ୍ଥିତ ଭାରତୀୟ ଜନତା ପାର୍ଟି ପାନପୋଷ ସାଙ୍ଘଠନିକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣପର୍ବ ବୈଠକର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଁ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ରାଜ୍ୟ ମୁଖପାତ୍ର ଧିରେନ ସେନାପତିଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ଦଳର ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ ପୁଷ୍ପମାଳ ଓ ବିଜେପି ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେମାନେ ବିଜେପିର ନୀତି, ଆଦର୍ଶ, ରେ ଅନୁପ୍ରାଣୀତ ହେବା ସହିତ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମଙ୍କ ବଳିଷ୍ଠ ନେତୃତ୍ୱ, ପ୍ରତି ଆସ୍ଥା ପ୍ରକଟ କରି ବିଜେପି ରେ ଯୋଗ ଦାନ କରିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ , ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମାହେଶ୍ୱରୀ, ବରିଷ୍ଠ ନେତା ରମେଶ ଅଗ୍ରୱାଲଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବ ଦାସଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!