ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

ନବରଙ୍ଗପୁର: (୨୦|୧୧)(ରବି ନାରାୟଣ ମହାନ୍ତି)ରାଜ୍ୟ ସ୍ତରୀୟ କଳାହାଣ୍ଡି କପ୍ ୨୦୨୫-୨୬ ନିମନ୍ତେ ଖେଳାଳୀ ଚୟନ ପାଇଁ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ନବରଙ୍ଗପୁର ଷ୍ଟାଡିଅମ ଠାରେ ଖେଳାଳୀ ଚୟନ ନିମନ୍ତେ ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଯାଇଛି ।ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ କ୍ଳବ୍ କୁ ନେଇ ଏଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ପ୍ରଦର୍ଶନ ଆଧାରରେ ଖେଳାଳୀ ମାନଙ୍କୁ କଳାହାଣ୍ଡି କପ ନିମନ୍ତେ ଚୟନ କରାଯିବ ବୋଲି ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଆନ୍ତଃ କ୍ଲବ ଟୁର୍ଣ୍ଣାମେ୍ଟର ଉଦଘାଟନୀ ଉତ୍ସବ ରେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାସିଷ ପଟ୍ଟନାୟକ, ଉପସଭାପତି ସୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଅଶୋକ ନାୟକ, ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଲାଲ ମହମ୍ମଦ ଖାନ,ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉଚ୍ଛାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଓଡ଼ିଶା କ୍ରିକେଟ୍ ସଂଘର ଏପରି ପ୍ରୟାସ କୁ ଜିଲ୍ଲାର ପ୍ରାକ୍ତନ କ୍ରିକେଟ୍ ଖେଳାଳି ମାନେ ପ୍ରଶଂସା କରିବା ସହ ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ଦ୍ୱାରା ନୂତନ ପ୍ରତିଭାର ଅନ୍ୱେଷଣ ହୋଇପାରିବ ବୋଲି ମତ ପୋଷଣ କରିଛନ୍ତି l ରାଜ୍ୟ ସ୍ତରୟ କଳାହାଣ୍ଡି କପ୍ ୨୦୨୫-୨୬ ନିମନ୍ତେ ଖେଳାଳୀ ଚୟନ ପାଇଁ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ନବରଙ୍ଗପୁର ଷ୍ଟାଡିଅମ ଠାରେ ଖେଳାଳୀ ଚୟନ ନିମନ୍ତେ ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଯାଇଛି ।ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ କ୍ଳବ୍ କୁ ନେଇ ଏଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ପ୍ରଦର୍ଶନ ଆଧାରରେ ଖେଳାଳୀ ମାନଙ୍କୁ କଳାହାଣ୍ଡି କପ ନିମନ୍ତେ ଚୟନ କରାଯିବ ବୋଲି ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଆନ୍ତଃ କ୍ଲବ ଟୁର୍ଣ୍ଣାମେ୍ଟର ଉଦଘାଟନୀ ଉତ୍ସବ ରେ ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାସିଷ ପଟ୍ଟନାୟକ, ଉପସଭାପତି ସୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଅଶୋକ ନାୟକ, ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଲାଲ ମହମ୍ମଦ ଖାନ,ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉଚ୍ଛାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଡ଼ିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଓଡ଼ିଶା କ୍ରିକେଟ୍ ସଂଘର ଏପରି ପ୍ରୟାସ କୁ ଜିଲ୍ଲାର ପ୍ରାକ୍ତନ କ୍ରିକେଟ୍ ଖେଳାଳି ମାନେ ପ୍ରଶଂସା କରିବା ସହ ଏପରି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ଦ୍ୱାରା ନୂତନ ପ୍ରତିଭାର ଅନ୍ୱେଷଣ ହୋଇପାରିବ ବୋଲି ମତ ପୋଷଣ କରିଛନ୍ତି।

( ମ ନି ସ ) 

Related posts

ଅଲ ଇଣ୍ଡିଆ INTAR ବିଶ୍ୱବିଦ୍ୟାଳୟ କିକ୍ ବକ୍ସିଂ ରେ ମିସ୍ ରୋଶନି ବେଗମ୍ ଙ୍କ ବ୍ରୋଞ୍ଜ୍  ପଦକ ହାସିଲ

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ଯୁବ ହଷ୍ଟେଲ ର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ 

masiha

Leave a Comment

error: Content is protected !!