ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗ୍ରସ୍ତ 

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗ୍ରସ୍ତ

କେନ୍ଦ୍ରାପଡା,ତା୨୦.୦୪.୨୦୨୪ରିଖ :- ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ, (କଟକ) ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଆଜି ତା ୨୦.୧୧.୨୦୨୪ ରିଖ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ପରିଦର୍ଶନ ନିମନ୍ତେ ପହଞ୍ଚି ଥିଲେ I ଏହି ଅବସରରେ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ ଏବଂ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ I କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ସେ ବିଭିନ୍ନ ନଥିପତ୍ର, ଫାଇଲ ଓ ରେକର୍ଡସ ଇତ୍ୟାଦି ତନଖି କରିବା ସହ କାର୍ଯ୍ୟାଳୟ ଗୃହ ବୁଲି ଦେଖିଥିଲେ ଓ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ I ଭରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବଳିଆରସିଂହ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ I ସେ ଏହାର ସମାଧାନ ଦିଗରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ I ତାଙ୍କର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ନିରୀକ୍ଷଣ ସମୟରେ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ପ୍ରଦୀପ କୁମାର ଦାଶ, କନିଷ୍ଠ ରାଜସ୍ଵ ସହାୟକ ଜୟଶ୍ରୀ ସାହୁ, ଶିକ୍ଷିତ ଚପରାଶି ତପନ କୁମାର ପରିଡା ଏବଂ ପିଅନ ରଞ୍ଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଆଜି ସେ ତାଙ୍କର ଗସ୍ତ ସାରି ଅପରାହ୍ନରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଥିଲେ I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ସମ୍ଭାବ୍ୟ ବାତ୍ୟା “ମୋନ୍ଥା” ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି 

Sunil Chandra Nayak

ହାଇୱାକୁ ପିଟି ବାଇକ ଆରୋହୀଙ୍କ ମୃତ୍ୟ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

masiha

ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ର ୧୯୯୯ ମାଟ୍ରିକ ବେଚ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!