ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା….. ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା…..

ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

୨୦୨୪-୨୫ ରବି ଋତୁ ଧାନ ଚାଷ ପାଇଁ କେନାଲ ରେ ଜଳ ଯୋଗାଣ ଦାବୀ ରେ ଚାଷୀ ଗତ କାଲି ଜାତୀୟ ରାଜପଥ ଅବରୋଧ କରି ଥିଲେ । ଏଥି ଯୋଗୁଁ ପ୍ରାୟ ୨ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଯାତାୟାତ ବାଧା ପ୍ରାପ୍ତ ହୋଇ ଥିଲା । ନିଜେ ଧର୍ମଗଡ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ଆସି ଚାଷୀ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା।ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ମୁତାବକ ଗତକାଲି ରାତି ପର୍ଯ୍ୟନ୍ତ ଉପଖଣ୍ଡ ପ୍ରଶାସନ, ଇନ୍ଦ୍ରାବତୀ ପ୍ରକଳ୍ପ ର ବରିଷ୍ଠ ଅଧିକାରୀ ଓ ଆଞ୍ଚଳିକ ଚାଷୀ ସଙ୍ଗଠନ ର ପ୍ରତିନିଧି ଙ୍କ ଏକ ବୈଠକ ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ହୋଇ ଥିଲା। କିନ୍ତୁ ବୈଠକ ରେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିବା ବେଳେ ଜଳ ଯୋଗାଣ ନେଇ କୌଣସି ନିଷ୍ପତ୍ତି ମଧ୍ୟ ହୋଇ ପାରି ନ ଥିବା ଜଣା ଯାଇଛି ।ଏହି ବୈଠକ ରେ ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା, ଡାହାଣ କେନାଲ ବିଭାଜନ -୧ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରା, ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ଧୃବ କୁମାର ପାତ୍ର, ଲିଫ୍ଟ କେନାଲ (କୁସୁମ ଖୁଣ୍ଟି) ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ, ଜୁନାଗଡ ତହସିଲଦାର ଶ୍ରୀମତି ସୁରମି ସୋରେନ,କୋକସରା ତହସିଲଦାର ନବୀନ କୁମାର ପାଢ଼ୀ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀ ଙ୍କ ସମେତ ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ନେତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଇନ୍ଦ୍ରାବତୀ ପ୍ରକଳ୍ପ ଅଧିକାରୀ ମାନଙ୍କ କହିବା ଅନୁସାରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୮ ପ୍ରତିଶତ କମ୍ ବୃଷ୍ଟି ପାତ ଯୋଗୁଁ ଜଳ ଭଣ୍ଡାର ରେ ପାଣି କମ୍ ରହିଛି ତେଣୁ ବିଭିନ୍ନ ବ୍ଲକ ର କିଛି କିଛି ଅଞ୍ଚଳ କୁ ଜଳ ଯୋଗାଣ ବନ୍ଦ କରା ଯାଇଛି । ତେବେ ଚାଷୀ ମାନେ ଏହାକୁ ଗ୍ରହଣ କରି ନ ଥିଲେ । ଜଳ ଯୋଗାଣ ରେ ପାତର ଅନ୍ତର ହେଉଥିବା କିଛି ଚାଷୀ ଅଭିଯୋଗ କରି ଥିଲେ । ସ୍ୱଳ୍ପ ମିଆଦି (୯୦-୧୦୦ ଦିନିଆ) ଧାନ ଚାଷ ପାଇଁ କମ ପାଣି ଆବଶ୍ୟକ ଥିବାରୁ ଏହି ଚାଷ ମଧ୍ଯ କରା ଯାଇପାରିବ । ତେବେ ଏଥିପାଇଁ ଜଳ ଯୋଗାଣ ନିଶ୍ଚିତ କରାଯିବା ଆବଶ୍ୟକତା ରହିଛି । ବିଦ୍ୟୁତ ଉତ୍ପାଦନ କମ ବେଶି କରି ଜଳ ଯୋଗାଣ ପାଇଁ ମଧ୍ଯ ବୈଠକ ରେ ଆଲୋଚନା ହୋଇ ଥିଲା ତେବେ ଏଥିପାଇଁ ରାଜ୍ୟ ସରକାର ଙ୍କ ଅନୁମତି ଆବଶ୍ୟକ ବୋଲି ଅଧିକାରୀ ମାନେ କହି ଥିଲେ । କୌଣସି ପ୍ରକାର ନିଷ୍ପତ୍ତି ହୋଇ ନ ପାରିବାରୁ ବିଭାଗୀୟ ଅଧିକାରୀ ମାନଙ୍କ ଆଉ ଏକ ବୈଠକ ଖୁବ ଶୀଘ୍ର କରାଯାଇ ଗଚ୍ଛିତ ଥିବା ଜଳ କୁ ନେଇ କିଭଳି ଭାବେ ଅଧିକ ଅଞ୍ଚଳ କୁ ଜଳ ଯୋଗାଣ ହୋଈ ପାରିବ ତାର ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପରିବେଶ ପରିବର୍ତ୍ତନ ଉପରେ ତାଲିମ୍ କାର୍ଯ୍ୟକ୍ରମ

masiha

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!