ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ

ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ

ରାଉରକେଲା : ବାସନ୍ତୀକଲୋନୀସ୍ଥିତ ଡ. ଏ. ଏନ୍.କେ ଡିଏଭି ପବ୍ଲିକ ସ୍କୁଲର ୩୫ତମ ପ୍ରତିଷ୍ଠା ଉତ୍ସବ ସହିତ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି । ପ୍ରାତଃ ସମୟରେ ବୈଦିକ ରୀତିରେ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ସମ୍ମାନୀତ ଅତିଥି ନାରାୟଣ ପତି ଏବଂ ଶ୍ରୀ ଯୋଶୀ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଏବଂ ସହ ସଂଯୋଜକ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି କାମନା କରିଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରେ ନୃତ୍ୟ, ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଏନ୍ .ଆଇ. ଟି ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କେ. ଉମାମହେଶ୍ୱର ରାଓ ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରେ ସେ ଏକ ସୁନ୍ଦର ଗଳ୍ପ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କର ମାର୍ଗଦର୍ଶକ ବୋଲି କହିଥିଲେ ଏବଂ ସୁ ସଂସ୍କାର ହିଁ ପିଲାମାନଙ୍କୁ ସଫଳତା ର ପଥ ଦର୍ଶାଇଥାଏ ମତ ରଖିଥିଲେ।ଏହି ବର୍ଣ୍ଣାଢ୍ୟ ସନ୍ଧ୍ୟା ରେ ବିଦ୍ୟାଳୟର ପତ୍ରିକା ଅତିଥି ମାନଙ୍କ ଦ୍ୱାରା “ରୋନୋକ୍”୨୦୨୪ ଉନ୍ମୋଚନ ହୋଇଥିଲା । ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଅବିଭାବକ ମାନଙ୍କୁ ସାହାଯ୍ୟ କରି ବିଦ୍ୟାଳୟର ଆଦର୍ଶ ତଥା ସୁରକ୍ଷା ରକ୍ଷା କରିଥିଲେ । ଶିକ୍ଷକ ପୁଲିନ ଚନ୍ଦ୍ର ରାଉତରାୟ, ବିନୋଦ କୁମାର, ପ୍ରବୀର ମିଶ୍ର, ସହ ସଂଯୋଜକ ବିଜୟ କୁମାର ମିଶ୍ର,ଶିକ୍ଷୟିତ୍ରୀ ଜ୍ୟୋତିଶ୍ରୀ ମହାପାତ୍ର, ଅନିତା ମଣ୍ଡଳ, ଜ୍ୟୋତ୍ସ୍ନା ମିଶ୍ର, ଅରିଜିତା ଦାସଗୁପ୍ତା, ବୈଜୟନ୍ତି ପଟ୍ଟନାୟକ, ବବିତା ଗୁପ୍ତା, ଅର୍ଣ୍ଣପୂର୍ଣ୍ଣା ଷଢଙ୍ଗୀ, ପୁଷ୍ପାଙ୍ଗିନୀ ମହାନ୍ତି, ନୀଳିମା ଦାଶ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ମାର୍ଗଦର୍ଶନ ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ, ବୁଦ୍ଧିଜୀବୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଅବିଭାବକ, ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ “ଜାଗରଣ”କୁ ଉପଭୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆର୍ଥିକ ସାକ୍ଷରତା କର୍ମଶାଳା

Sunil Chandra Nayak

ଚେମ୍ବର ଅଫ କମର୍ସ ର ତ୍ରୟ ମାସିକ ବୈଠକ , ଅନଲାଇନ ବେପାର କୁ ନେଇ ଚିନ୍ତା ବ୍ୟକ୍ତ କଲା ସଂଘ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ 

masiha

Leave a Comment

error: Content is protected !!