ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

ପାଟଣାଗଡ଼ // ପାଟଣାଗଡ଼ ଥାନା ଭଇଁଷା ଗାଁ ରେ ଲିଜ ଜମି କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଜୟ କୁମାର ପ୍ରଧାନ ଙ୍କୁ ଟାଙ୍ଗିଆରେ ମାରାଣାତ୍ମକ ଆକ୍ରମଣ କରିଥିବା ନେଇ ତାଙ୍କ ମାଆ ଦୌପଦୀ ପ୍ରଧାନ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଗୁଣନିଧି ଚନ୍ଦନ ମଧ୍ୟ ସଂଜୟ ଓ ତାଙ୍କ ବାପା ନୀଳାଞ୍ଚଳ ପ୍ରଧାନ ଙ୍କ ନାମରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ଦୁଇ ଗୋଟି ମାମଲା ରୁଜୁ କରି ଘଟଣାରେ ସଂପୃକ୍ତଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁ ର ଗୁଣନିଧି ଚନ୍ଦନ, ଭକ୍ତ ଚନ୍ଦନ ଓ ଦେବରାଜ ପୋଡ଼ । କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଏସଆଇ ବ୍ରଜକିଶୋର ପଣ୍ଡା ଙ୍କ ଠାରୁ ଜଣାପଡିଛି। ସୂଚନା ଅନୁସାରେ ନୀଳାଞ୍ଚଳ ପ୍ରଧାନ ଦନ୍ଦରାବାହାଲ ରେ ରହୁଥିବା ତାଙ୍କ ବଡ଼ ଭାଇ ଙ୍କ ଜମି କୁ ଲିଜ ସୂତ୍ରରେ ନେଇ ଧାନ ଚାଷ କରୁଥିଲେ। ୨ ବର୍ଷ ହେଲା ନୀଳାଞ୍ଚଳ ଙ୍କ ବଡ଼ ଭାଇ ଉକ୍ତ ଚାଷ ଜମିକୁ ଭଇଁଷା ଗାଁ ର ଭକ୍ତ ଚନ୍ଦନ ଙ୍କୁ ଲିଜ ସୂତ୍ରରେ ଚାଷ କରିବାକୁ ଦେଇଥିଲେ। ଯାହାକୁ କେନ୍ଦ୍ର କରି ନୀଳାଞ୍ଚଳ ଓ ଭକ୍ତ ଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା। ଗତ କାଲି ଭକ୍ତ ଉକ୍ତ ଜମିରେ କିଛି ଶ୍ରମିକ ମାନଙ୍କୁ ନେଇ ଧାନ କାଟୁଥିଲେ। ଏହି ସମୟରେ ଧାନ କଟା ରେ ନିୟୋଜିତ ଥିବା କିଛି ଶ୍ରମିକ ନୀଳାଞ୍ଚଳ ଙ୍କ ଜମି ପାଖାପାଖି କୌଣସି ଏକ କାମ ରେ ଆସିଥିଲେ। ଏହା ଦେଖି ସଂଜୟ ଓ ତାଙ୍କ ବାପା ନୀଳାଞ୍ଚଳ ସେଠାରେ ପହଞ୍ଚି ମୋର ଜମି କୁ କଣ ପାଇଁ ଆସିଛ ବୋଲି ସେମାନଙ୍କୁ ପଚାରିଥିଲେ। ଯାହାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନେ ଦଳବଦ୍ଧ ହୋଇ ଟାଙ୍ଗିଆ ରେ ବାପପୁଅ ଙ୍କୁ ଆକ୍ରମଣ କରିଥିଲେ। ସଂଜୟ ଙ୍କ ମୁଣ୍ଡ ର ବାମ କାନ ପଟ ରେ ଟାଙ୍ଗିଆ ଚୋଟ ବାଜିବାରୁ ଘଟଣା ସ୍ଥଳରେ ସଂଜୟ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ତାରେ ପଡ଼ିରହିଥିଲେ । ପରିବାର ବର୍ଗ ସଂଜୟ ଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଭୀମ ଭୋଇ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଆଜି ସଂଜୟ ଙ୍କ ଚେତା ଫେରିଥିବା ବେଳେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପରିବାର ବର୍ଗଙ୍କ ଠାରୁ ଜଣାପଡିଛି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମୋବାଇଲ ଲୁଟ୍ ଘଟଣାରେ ଦୁଇ ଲୁଟେରା ଗିରଫ

Sunil Chandra Nayak

ନିର୍ମମ ଭାବେ ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ !!!!:

Sunil Chandra Nayak

ଛତିଶଗଡ଼ ସ୍ପେସିଆଲ ଟିମ ର ଚଢ଼ାଉ, ଓଡିଶା ରୁ ୨ ଗଂଜେଇ ବେପାରି ଗିରଫ , କୁମ୍ଭ କର୍ଣ୍ଣ ନିଦ୍ରାରେ କଳାହାଣ୍ଡି ଅବକାରୀ ବିଭାଗ

masiha

Leave a Comment

error: Content is protected !!