ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ଯୁବତୀର ବେକରେ ଓଢଣୀ ଦେଇ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

କୋକସରା,୩୦/୩ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟରୁ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ଶବ ନିକଟସ୍ଥ ସାହାଜଖୋଲ ଜଙ୍ଗଲର ଗିରଳିମାଲ ନିକଟରେ ଥିବା ଚାଷଜମିରେ ଥିବା କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ଯୁବତୀ ଜଣକ ହେଉଛନ୍ତି କୁଟୁରୁ ଗ୍ରାମର ସୁବର୍ଣ୍ଣି ଦୁର୍ଗା(୧୮) । ସେ ଗତ ଏକ ମାସ ତଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମରା ଗ୍ରାମର ଯୁବକ ଦଳାଚନ୍ଦ୍ର ହରିଜନଙ୍କୁ ପ୍ରେମ କରି ଚାଲି ଯାଇଥିଲେ। ତେବେ ଗତ କିଛିଦିନ ତଳେ ଯୁବକ କୁଟୁରୁ ଗାଁ କୁ ଆଣି ଯୁବତୀଙ୍କୁ ତାଙ୍କ ମା ଘରେ ଛାଡ଼ି ଯାଇଥିଲେ। ତେବେ ଶୁକ୍ରବାର ସକାଳେ ଯୁବତୀ ମହୁଲ ଗୋଟାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଗାଈ ଚରାଇବାକୁ ଯାଇଥିବା କିଛିଲୋକ ଯୁବତୀଙ୍କ ଝୁଲନ୍ତା ଶବ ଦେଖି ପରିବାରକୁ ଜଣାଇଥିଲେ। ପରିବାର ଏନେଇ ଆମପାଣି ପୋଲିସକୁ ଖବର ଦେବାପରେ ଶନିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣି ଶବ ପଞ୍ଚନାମା କରି ପରିବାରକୁ ହସ୍ତାନ୍ତର କରିଛନ୍ତି ଓ ଏନେଇ ଏକ ଅପମୃତୁ ମାମଲା ଆମପାଣି ଥାନା କେଶ ନମ୍ବର ୨/୨୪ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ପ୍ରେମରାଜ କହର ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପରଦା ଫାର୍ସ , ହତ୍ୟାକାରୀ ବାପା ସମେତ ଦୁଇ ଗିରଫ

Sunil Chandra Nayak

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।  ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

masiha

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

Leave a Comment

error: Content is protected !!