ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

୪୨ତମ ମେଟାଲିଫେରୋସ୍ ମାଇନ୍ସ ସେଫ୍‌ଟି ୱିକ୍‌ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ଡର ବାଫିଲମାଳି ବକ୍ସାଇଟ ଖଣିରେ ୧୧/୧୧/୨୦୨୪ରୁ ୨୩୧୧/୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ଵର ଅଞ୍ଚଳ ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ ମାର୍ଗଦର୍ଶନରେ ଆୟୋଜିତ ହେଉଛି।

ଖଣି ନିରାପତ୍ତା ସପ୍ତାହ ଉତ୍ସବ-୨୦୨୪-୨୫’ର ପ୍ରଚାର ଏବଂ ପ୍ରସାର କାର୍ଯ୍ୟକ୍ରମ ମାଇନ୍ତି ହେଡ୍‌ ଶ୍ରୀ ବିଜୟ କୁମାର ଚୌହାନଙ୍କ ଅଧ୍ୟକ୍ଷତାରେ ୧୮/୧୧/୨୦୨୪ ଦିନ ଉତ୍କଳ ଆଲୁମିନାର ନୂଆପଡା ଟାଉନସିପ୍ କ୍ଲବହାଉସଠାରେ ଆୟୋଜିତ ହୋଇଥିଲା। ଶ୍ରୀ ରବି ନାରାୟଣ ମିଶ୍ର, ୟୁନିଟ ହେଡ, ଉତ୍କଳ ଆଲୁମିନା ଏବଂ ନା ଏବଂ ଉତ୍କଳ ଆଲୁମିନା ଟିମ୍‌ର ବରିଷ୍ଠ ନେତୃତ୍ୱଙ୍କ ମାର୍ଗଦର୍ଶନରେ ନିରାପତ୍ତା ସପ୍ତାହ ସଫଳତାର ସହିତ ଆୟୋଜିତ ହୋଇଥିଲା। ଓଡ଼ିଶା ନିରାପତ୍ତା କମିଟି ଉତ୍ସବ ପାଳନ କମିଟିର ଟିମ୍ ସଦସ୍ୟଗଣ- ଶ୍ରୀ ଅଜୟ କୁମାର ମିଶ୍ର, ସେଲ୍; ଶ୍ରୀ ମୋହନ ରେଙ୍ଗି, ଏଏମଏସ୍ଏସ; ଶ୍ରୀ ସଚିଦାନନ୍ଦ ପଣ୍ଡା, ଓ ଏମ୍‌ସି ଏବଂ ଶ୍ରୀ ସଇଥିଲା ଆପ୍ପାଲାରାଜୁ, ବେଦାନ୍ତ ପ୍ରମୁଖ ଖଣିଗୁଡିକରେ ସେମାନଙ୍କ ଅନୁଧ୍ୟାନ ସମୟରେ ବାଫିଲମାଳି ଖଣି ଟିମ୍ ଦ୍ଵାରା ସର୍ବୋଚ୍ଚ ମାନର ନିରାପତ୍ତା ବଜାୟ ରଖୁବା ନିମନ୍ତେ ନିଆଯାଉଥିବା ପ୍ରୟାସଗୁଡିକୁ ଉଚ୍ଚ ପ୍ରଶଂସା କରିଥିଲେ।

ଖଣି କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ପିଲାମାନଙ୍କୁ ନିରାପତ୍ତା ସମ୍ପର୍କରେ ସଚେତନ କରାଇବା ସକାଶେ ନାଟକ, ଗ୍ୟାମ୍ପ ସୋ’, ନୃତ୍ୟ ଆଦି ବହୁବିଧ ନିରାପତ୍ତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଖଣି କର୍ମଚାରୀଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଅନୁରୂପ ଭାବରେ ଟ୍ରେଡ ଟେଷ୍ଟ, ପୋଷ୍ଟର, ସ୍ଲୋଗାନ, ପ୍ରବନ୍ଧ ଆଦି ବିଭିନ୍ନ ପ୍ରତିଯୋଗିତା ଏହି ନିରାପତ୍ତା ସପ୍ତାହ ପାଳନ ଅବସରରେ ଆୟୋଜନ କରାଯାଇଥିଲା ଏବଂ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ନିରାପତ୍ତା ସପ୍ତାହ ପାଳନ କାର୍ଯ୍ୟସୂଚୀ ଅନୁଯାୟୀ ଜିଭିଟିସି ( ଗ୍ରୁପ୍ ଭୋକେସନାଲ ଟ୍ରେନିଂ ସେଣ୍ଟର) ଏବଂ ଓ ଏଡ୍‌ସି ( ଅକୁପେସନାଲ ହେଲ୍‌ଥ ସେଣ୍ଟର) ତଦାରଖ କାର୍ଯ୍ୟ ମାନ୍ୟତାପ୍ରାପ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବାଫିଲମାଳି ଖଣିରେ ୨୧ ନଭେମ୍ବର, ୨୦୨୪ରେ କରାଯାଇଥିଲା।

ସମସ୍ତ ଖଣି କର୍ମଚାରୀ, ଠିକାଦାର କର୍ମଚାରୀ, ପରିବାର ସଦସ୍ୟ ଆଦି ଏହି ସଚେତନତା କାର୍ଯ୍ୟକ୍ରମ ଏବଂ ପୁରସ୍କାର ପ୍ରଦାନ ଉତ୍ସବରେ ନୂଆପଡା କ୍ଲବ ହାଉସ୍, ଉତ୍କଳ ଆଲୁମିନାରେ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

Sunil Chandra Nayak

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

Sunil Chandra Nayak

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଅଭିଭାବକ ଓ ଶିକ୍ଷକ ବୈଠକ

Sunil Chandra Nayak

Leave a Comment

error: Content is protected !!