ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ତମ ବିଶ୍ଵଶାନ୍ତି ରୂଦ୍ରମହାଯଜ୍ଞ ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ 

୧୧ତମ ବିଶ୍ଵଶାନ୍ତି ରୂଦ୍ରମହାଯଜ୍ଞ ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ 

ରାଉରକେଲା: ସେକ୍ଟର ୨୦ ନେହେରୁପାଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବ ମନ୍ଦିର କମିଟି ତରଫରୁ ୧୧ତମ ବିଶ୍ଵଶାନ୍ତି ରୂଦ୍ରମହାଯଜ୍ଞ ଆସନ୍ତା ଡ଼ିସେମ୍ବର ମାସ ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏଥିପାଇଁ ଯଜ୍ଞସ୍ଥଳରେ ଶୁଭ ଖୁଣ୍ଟ ସ୍ଥାପନା କରାଯାଇଛି। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୁଭ କଳସ ସହ ଶୁଭ ଖୁଣ୍ଟ ପୂଜାର୍ଚ୍ଚନା କରିଥିଲେ। ବିଶ୍ବରେ ସନାତନ ଧର୍ମ ଓ ମାନବ କଲ୍ୟାଣ ଏବଂ ଆଧ୍ୟାତ୍ମିକ ଚେତନାର ଜାଗୃତି କରଣ, ଦୈବୀ ଦୁର୍ବିପାକ, ଭୂକମ୍ପ, ବାତ୍ୟା,ବନ୍ୟା ତଥା ଧର୍ମର ସଂସ୍ଥାପନ ଓ ଅଧର୍ମ ର ବିନାଶ ପାଇଁ ଏହି ତ୍ରୟଦିନାତ୍ମକ ମହାଯଜ୍ଞ ଆୟୋଜନ କରାଯାଉଛି ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ବୈଦିକ ବ୍ରାହ୍ମଣଙ୍କ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ରୂଦ୍ର ମହାଯଜ୍ଞ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ପ୍ରଚାରକ ଭାବେ ବେଦ ବିଭୁଷଣ ଜ୍ୟୋତିର୍ବିଦ ଡ଼ଃ ପଣ୍ଡିତ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡିଛି। ଆଜିର ଏହି ଶୁଭ କଳସ ସ୍ଥାପନ କାର୍ଯ୍ୟକ୍ରମରେ ଉପେନ୍ଦ୍ର କୁମାର ନାୟକ, ଗଣେଶ ଜୟସିଂହ, ପ୍ରଫୁଲ୍ଲ ଦାଶ, ରମେଶ ରାୟ,ଲିଲିମା ଜୟସିଂହ, ବିନୟ ଚୌଧୁରୀ, ନାରାୟଣ ସିଂ, ରୁକସନା ବେଗମ,ପ୍ରମୋଦିନୀ ଦାଶ, ରୀତା ମହାପାତ୍ର,ଉମା ରାୟ, ଜାନକୀ ଦେବୀ,ଇନ୍ଦ୍ର ବଟରାମ, ସହଦେବ ଜୟସିଂହ, ସଞ୍ଜୟ ପରମାଣିକ,ଅନୁପ ଜେନା, ଧୀରେନ୍ଦ୍ର ଓଝା, ଅମୂଲ୍ୟ ରାଉତ,ରଜନୀ ମାର୍ଥା, ଲକ୍ଷ୍ମୀପ୍ରିୟା ସାମନ୍ତରାୟ,ଭାଗ୍ୟସ୍ମିତା ଜୟସିଂହ, ଅଶୋକ ଜୟସିଂହ,ସଚିନ ମିଶ୍ର, ସୁରେଶ ମହାନ୍ତି, ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଓ ବାର୍ଷିକ ଉତ୍ସବ

Sunil Chandra Nayak

ରାଜ୍ୟ ସ୍ତରୀୟ ଅ’ ମହୋତ୍ସବ: କବି ସୁଶାନ୍ତ ରଣା ପାଇଲେ “ଅ’ ପ୍ରତିଭା ସମ୍ମାନ”

masiha

ଭବାନୀପାଟଣାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!