ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

ବନ୍ଧୁଗାଁ ତା ୨୨:୧୧:୨୪,ବନ୍ଧୁଗାଁ ବ୍ଲକ ଠାରେ ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟ ମିନି ଷ୍ଟାଡିଯମ ଠାରେ ଚଳିତ ବର୍ଷ ର ପରବ ୨୦୨୪ ମହତ୍ସବ ର ତୃତୀୟ ଦିନର ଶେଷ ରାତ୍ରରେ କୋରାପୁଟିଆ ଢେମଶା, ଫୋଲୋକ ଡେନ୍ସ, ଗ୍ରୁପ ଡେନ୍ସ, ଓ ମିନା ବେବୋରାଙ୍କ ଗୀତରେ ଦର୍ଶକ ଝୁମିଉଠିବା ସହ ମଞ୍ଚରେ ନାଚିଥିବା କଳା କାରଙ୍କୁ ବହୁ ମାତ୍ରରେ ଉତ୍ସାହ କରିବା ସହ ଅତିଥି ମାନଙ୍କ ମନ ଜିଣିବା ପରି ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା I ପରେ ଅତିଥି ମାନଙ୍କୁ ମଞ୍ଚକୁ ମଞ୍ଚାସିନ କୋରାଯାଇଥିଲା I ବନ୍ଧୁଗାଁ ବ୍ଲକର ପରବ ମହୋତ୍ସବ ପାଇଁ ମଞ୍ଚ ସାମନ୍ନାରେ ଅତି ବହୁତ ସୁନ୍ଦର ଭାବରେ କରାପୁଟିଆ ଦେଶିଆ ନୃତ୍ୟର ଏକ ପରିବେଶନ  ସ୍ୱାଗତ ଚିତ୍ର କରି ବ୍ଲକ ବାସିଙ୍କ ମନ ଜିଣି ନେଇଥିଲେ I ଏବଂ ବ୍ଲକବାସୀ ମନ ମୁଗ୍ଧ ହୋଇ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉଁତାଙ୍କ ଦ୍ୱାରା ଉପ ଢୋଙ୍କନ ଓ ପୁଷ୍ପଗୁଚ୍ଛ ଦେଇ ଭଲ କଳା ଭାବରେ ଟ୍ରଫି ସହ  ସ୍ୱାଗତ ଜଣାଇଥିଲେ I ଏହି ପରବ ୨୦୨୪ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା ଓ ସାଂସଦ ପ୍ରତିନିଦି ଶ୍ରୀମତି କୌଶଲ୍ୟା ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା,ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠିଙ୍କ ସଭାପୋତିତ୍ୱରେ ଆୟୋଜନ ହୋଇଥିବା ପରବ ମହତ୍ସବ ୨୦୨୪ ଠାରେ ପତି ପାଦନ ଭାବରେ ଉପସ୍ଥିତ ହୋଇଥିଲେ I ବ୍ଲକ weo sir ଚନ୍ଦନ କୁମାର ସ୍ୱାଇଁ, ବନ୍ଧୁଗାଁ ବ୍ଲକର ସାଂସଦ ପ୍ରତିନିଦି ଲଖମନ ଖୋସଲା, ବ୍ଲକର ବିଜେଡି ସଭାପତି ବାଲା ନାଗ, କଂଗ୍ରେସ ଦଳର ବନ୍ଧୁଗାଁ ବ୍ଲକର ବିଧାୟକ ପ୍ରତିନିଧି ସଭାପତି ଡି. ଏଙ୍କାଟି, ବ୍ଲକ ତହସିଲଦାର ଶ୍ରୀମତି ସନାଲି ପାତ୍ର,କାମେଶ୍ୱର ରତ୍ନାଲୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ରଶ୍ମିତା ସେଠି, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ନିହାର ରଞ୍ଜନ ସରଙ୍ଗି ଓ ଜନ-୨ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଜି ହିମିରିକା, ଜିଲ୍ଲା ବିଜେପି ସମ୍ଫାଦକ ସରତ ପାତ୍ର ବ୍ଲକର ଶିଶୁବିକାଶ ଅଧିକାରୀ ଗୀତାଞ୍ଜଳି ମହାରଣା ଓ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଙ୍ଗନ ବାଡ଼ି କର୍ମୀ ଉପସ୍ଥିତ ରହିଥିଲେ I ବନ୍ଧୁଗାଁ ପଞ୍ଚାୟତର ଦଳ ଭଲିବଲ ଖେଳରେ ବିଜୟ ହାସଲ କରିଥିବା ବେଳେ ଉପ ବିଜେତା ବଡ଼ ସରପଲି, ବାଳିକା କବାଡିରେ….ଏକ ସହ ମିଟର ବାଳକ ଦୌଡ଼ରେ ସାହିଲ ମେଲେକା ପ୍ରଥମ ଓ ଦ୍ୱିତୀୟ ରେ ଶୁଭମ ସେଠି,ଏକ ସହ ମିଟର ଦୌଡ ବାଳିକା କାଳ୍ପନି ପିଡ଼ିକା ଓ ଦ୍ୱିତୀୟ ରେ ନିମନ୍ତି ହିମିରିକା,ସହ ମିଟର ଦୌଡ଼ ବାଳକ ଜୁନିଅର ମହେଶ ବିଡ଼ିକା ଓ ଦ୍ୱିତୀୟ ତ୍ରିଲଚନ ସାହୁ,ସହ ମିଟର ବାଳିକା ଜୁନିଅର ଦୌଡ଼ ରେ ପ୍ରମିଳା ୱାଟେକା ପ୍ରଥମ ଓ ସଂଯୋନା ଗୌଡ଼ ଦ୍ୱିତୀୟ, ୨୦୦ ମିଟର ବାଳକ ଦୌଡ଼ରେ ଶୁଭମ ସେଠି ପ୍ରଥମ ଦ୍ୱିତୀୟରେ ସାହିଲ ମେଲେକା,ବାଳିକାରେ କାଳ୍ପନା ପିଡ଼ିକା ପ୍ରଥମ ଓ ନିମନ୍ତି ହିମିରିକା ଦ୍ୱିତୀୟ,ରଚନରେ ଦିବ୍ୟା ପ୍ରଥମ ହୋଇଥିବା ବେଳେ ମଣ୍ଟୁ ମାଣ୍ଡିଙ୍ଗ,କ୍ଯୁଇଜ ରେ ସୁଜ୍ଞାନ ଦେବୀ ପ୍ରଥମ ଓ ଗୌତମି ମହାନନ୍ଦିଆ ଦ୍ୱିତୀୟ ହୋଇଥିଲେ,ଭାଷଣରେ ସିନିଅର ରେ ଝୁନି ପିଡ଼ିକା ପ୍ରଥମ ଓ ଦିଗମ୍ବର ନାୟକ ଦ୍ୱିତୀୟ, ଜୁନିଅର ରେ ବିଶ୍ୱଜିତ ସାହୁ ପ୍ରଥମ ଓ ବାବୁଲା ମହାନନ୍ଦିଆ ଦ୍ୱିତୀୟ, ଏହି ପ୍ରକାର ଭାବରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା I ଏଥିରେ ଉପସ୍ଥିତ ରହିଥିବା ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କୋରାଯାଇଥିଲା I ଏଥିରେ ଯେଉଁମାନେ ପ୍ରଥମ ସ୍ଥାନରେ ପୁରସ୍କୃତ ହୋଇଛନ୍ତି ସେହି ଦଳ ମାନେ ଜିଲ୍ଲା ସ୍ତରୀୟ ପରବ ୨୦୨୪ ରେ ଯୋଗଦାନ ଦେବା ପାଇଁ ସ୍ଥିର କରା ଯାଇଛି I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

ହିନ୍ଦୋଳ ଉପଖଣ୍ଡ ରେ ୭୪ତମ ଜନରାଜ୍ୟ ଦିବସ ପାଳିତ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦ୍ଘାଟନ

Sunil Chandra Nayak

Leave a Comment

error: Content is protected !!