ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା

ଜୁନାଗଡ଼ (ମ ନି ସ):-୨୪|୧୧|୨୪;ଦୁଇଟି ସନ୍ତାନର ମାଁ ମୃତ୍ୟୁ ପରେ ବାପାଙ୍କ ଚିନ୍ତା ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାରହଲଦୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଘୋଟିଆ ଗ୍ରାମର ରଣାପଡ଼ାର ଏକ ପରିବାରମଧ୍ୟରେ, ପରିବାର କହିଲେ ଏକ ଗରୀବ ପରିବାରରେ ସ୍ବାମୀ ନବୀନରଣା ଓ ସ୍ତ୍ରୀ ସନ୍ତରାରଣା (୩୭) ଓ ପୁଅ ପରମାନନ୍ଦ ରଣା (୧୦) ଉଭୟେ ତିନି ଜଣ ଅତି ଗରୀବ ଶ୍ରେଣୀର ଅଟନ୍ତି, ଦୈନିକ କୁଲିମଞ୍ଜୁରି କଲେ ତିନିଜଣଙ୍କ ପାଇଁ ଚୁଲି ଜଲେ ନଚେତ ଭୋକ ଉପାସରେ ବିତାଇ ଥାଆନ୍ତି, ଏଭଳି ସ୍ଥଳେ ହଠାତ ସନ୍ତରା ଙ୍କ ମୃତ୍ୟୁ ଘଟିଯାଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ସନ୍ତରା ଗର୍ଭାବାସରେ ପ୍ରସବ ପାଇଁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି ହୋଇଥଲେ, ସୁନ୍ଦର ଭାବେ ପୁଅ ଜନ୍ମ ହେଲା ପରେ ସନ୍ତରାର ରକ୍ତସ୍ରାବ ବନ୍ଦ ନ ହେବାରୁ ଭବାନୀପାଟଣା ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରି ଚିକିତ୍ସା କରୁ କରୁ ସନ୍ତରାଙ୍କ ମୃତ୍ୟୁ ବରଣ ହୋଇଥିଲା, ଏଭଳି ଦୁଃଖଦ ଅବସ୍ଥାରେ ପ୍ରଥମ ପୁଅ ଓ ସବା ଛଅ ମାସର ଛୁଆଙ୍କ ପାଇଁ ବାପାଙ୍କ ମୁଣ୍ଡରେ ପ୍ରତିପୋଷଣ ଓ ହେପା ଜାତ କରିବା ପାଇଁ ସୁବୁ ବେଳେ ଦୁଃଖରେ ଭାଙ୍ଗି ପଡିଛନ୍ତି ନବୀନରଣା, ଗୋଟିଏ ପଟେ ଛଅ ମାସର ଛୁଆଙ୍କ ଯତ୍ନ ନେବା ଓ ଅନ୍ୟ ପକ୍ଷରେ ଦୁଇଟି ଛୁଆକୁ ପ୍ରତିପୋଷଣ କରିବାରେ ମୁଣ୍ଡରେ ଚଡ଼କ ପଡିଛି ବୋଲି ଗଣ ମାଧ୍ୟମ ପ୍ରତିନିଧି ନିକଟରେ ଦୁଃଖର ବିଷୟ ଜଣାଇଛନ୍ତି ଯେ ଏଭଳି ଦୁଃଖଦ ଅବସ୍ଥାରେ ଗତି କରୁଥିବା ବେଳେ ରାଜ୍ଯ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆ ନ ଯାଏ ତେବେ ଆଗମୀ ଦିନରେ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ଦେଖା ଦେବ ବୋଲି ଅନୁରୋଧ କରିଛନ୍ତି, ଏହି ପରିପ୍ରେକ୍ଷିରେ ସ୍ଥାନୀୟ ସମାଜସେବୀ ଭୁବନେ ନିଆଲ, ଅତୁଲରଣା ମଧ୍ୟ ଉପସ୍ଥିତ ରହି ସରକାରଙ୍କୁ ନିବେଦନ କରିଛନ୍ତି ଯେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ, ଦେଖନ୍ତୁ ନିଜେ ବାପା ଛଅ ମାସର ଛୁଆଙ୍କୁ କାଖେଇବା ସହ ନିକଟରେ ୧୦ବର୍ଷର ପୁଅ ସହିତ ଗଣ ମାଧ୍ୟମ ନିକଟରେ ଛିଡ଼ା ହୋଇ ଦୁଃଖ ପ୍ରକାଶ କରିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଭେଜିପଦର ଉ. ପ୍ରା. ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

Sunil Chandra Nayak

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

Leave a Comment

error: Content is protected !!