ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା  ଧୂଆଁଧାର ଖେଳ ପ୍ରଦର୍ଶନ ସହିତ ରୁପ୍ରାକୁ ହରାଇ ସୋହାଗପୁର ବିଜୟୀ 

ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା 

ଧୂଆଁଧାର ଖେଳ ପ୍ରଦର୍ଶନ ସହିତ ରୁପ୍ରାକୁ ହରାଇ ସୋହାଗପୁର ବିଜୟୀ 

ନର୍ଲା, ୨୪/୧୧-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଘଣ୍ଟମାଳ ପଞ୍ଚାୟତ କେଶପଲାଠାରେ ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଆଜି ପ୍ରଥମେ ରୁପ୍ରା ଓ ଜୟ କୋଶଲ ଦଳ, ଆଡରିଂ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲରେ ରୁପ୍ରା ଦଳ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ସେମିଫାଇନାଲ ନର୍ଲା ଓ ସୋହାଗପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସୋହାଗପୁର ଦଳ ବିଜୟୀ ହୋଇଥିଲା। ଏହାପରେ ରୁପ୍ରା ଓ ସୋହାଗପୁର ଦଳ ମଧ୍ୟରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ସୋହାଗପୁର ଦଳ ପ୍ରଥମେ ବ୍ୟାଟିଂ କରି ୭ ୍ୱିକେଟ ବିନିମୟରେ ୫୮ ରନ ସଂଗ୍ରହ କରିଥିଲା। ଜବାବରେ ରୁପ୍ରା ଦଳର ଖେଳାଳୀମାନେ ୫୯ ରନର ପିଛା କରି ୭. ୪ ଓଭରରେ ୪୦ ରନ ସଂଗ୍ରହ କରି ଅଲଆଉଟ ହୋଇଥିଲେ। ଏଥିରେ ସୋହାଗପୁର ଦଳ ବିଜୟୀ ଘୋଷିତ ହୋଇଥିଲା। ଉଦଯାପନୀ ଉତ୍ସବରେ ନର୍ଲା ବ୍ଲକ ସମିତି ସଭ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତିସଭ୍ୟ ଜୟ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ଘଣ୍ଟମାଳ ନାଏବ ସରପଞ୍ଚ ସାବିତ୍ରୀ ପୁଝାରୀ, ବରିଷ୍ଠ ନାଗରିକ ମାଣିକ ପାତ୍ର, ପୁରୁଷୋତ୍ତମ ପାତ୍ର, ୱାର୍ଡସଭ୍ୟା ସୁଜାତା ପୁଝାରୀ, ଯୁବ ସମାଜସେବୀ ବୃନ୍ଦାବନ ଯୋଶୀ, ପ୍ରଭାତରଞ୍ଜନ ବେହେରା, ପିଣ୍ଟୁ ପତି, ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। ସେହିପରି ମ୍ୟାନ ଅଫ ଦି ମ୍ୟାଚ ଭାବେ ସୋହାଗପୁର ଦଳର ବୋଲର ମହେନ୍ଦ୍ର ( ୫ ୍ୱିକେଟ), ମ୍ୟାନ ଅଫ ଦି ସିରିଜ ଭାବେ ସୋହାଗପୁର ଦଳର ବ୍ୟାଟ୍ସମେନ ଶଙ୍କର( ୪ ମ୍ୟାଚ, ୧୫୩ ରନ)ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଫାଇନାଲ ମ୍ୟାଚକୁ ଘନଶ୍ୟାମ ସାହୁ ଓ ଶାନ୍ତନୁ ସେଠୀ ପରିଚାଳନା କରିଥିବାବେଳେ ବାସୁଦେବ ପାତ୍ର ସ୍କୋରର ଓ ସରୋଜ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଆୟୋଜକ ଶ୍ରୀରାମ କ୍ରିକେଟ କ୍ଳବର ସଭାପତି ଜୟନ୍ତ ପାତ୍ର, ଉପସଭାପତି ରୋହିତ କୁମାର ପାତ୍ର, କମିଟିର ସଦସ୍ୟ ନୀଲେଶ କୁମାର ପାତ୍ର, ତୀରଣ ପାତ୍ର, ଧନେଶ୍ୱର ପାତ୍ର, ଅଲେଖ ଗଉଡ଼, ଲୋକେଶ ପୋଢ଼, ଜୟକୃଷ୍ଣ ପୋଢ଼, ହେମନ୍ତ ପୋଢ଼, ପରମାନନ୍ଦ ପୁଝାରୀ, ବୀରେନ୍ଦ୍ର ପୁଝାରୀ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ପ୍ରଶାନ୍ତ ପୁଝାରୀ, ସୀମାଦ୍ରୀ ବାରିକ, ଅଶ୍ୱିନୀ ପୋଢ଼, ଭବିତ ପାତ୍ର, ଦେବହରି ପାତ୍ର, ପ୍ରକାଶ ପୋଢ଼, ବିଭୀଷଣ ପୋଢ଼ଙ୍କ ସମେତ କେଶପଲା ଗ୍ରାମବାସୀ ସହଯୋଗ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ରାମନାଗୁଡା ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

Leave a Comment

error: Content is protected !!