ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣ ରାଉତ ଙ୍କ ସ୍ମୃତି ଚାରଣ ସଭା 

ନାରାୟଣ ରାଉତ ଙ୍କ ସ୍ମୃତି ଚାରଣ ସଭା 

ରାଉରକେଲା: ନାରାୟଣ ଚନ୍ଦ୍ର ରାଉତ ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକନେତା, ସମାଜସେବୀ ତଥା ଦକ୍ଷ ସଂଗଠକ ସ୍ବର୍ଗତ ନାରାୟଣ ଚନ୍ଦ୍ର ରାଉତ ଙ୍କ ୨୩ତମ ସ୍ମୃତି ଚାରଣ ସଭା ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ର ମୁଖ୍ୟ ଇଂ ହେମନ୍ତ ମିଶ୍ର ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ଶ୍ରମିକନେତା ପ୍ରଶାନ୍ତ ବେହେରା, ନାରାୟଣଙ୍କ ବାଲ୍ୟ ବନ୍ଧୁ ଗୁରୁଚରଣ ଦାସ ଓ ସହକର୍ମୀ ତଥା ବନ୍ଧୁ ସୁଧୀର ସୁନ୍ଦରରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପି ପି ରାୟ,ରାଧାଶ୍ୟାମ ପରିଡ଼ା, ନିତ୍ୟାନନ୍ଦ ବିଶ୍ବାଳ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର କୁମାର ନାୟକ, ରବିନାରାୟଣ ପରିଡ଼ା, ଭଗବାନ ରାଉତ, ଅକ୍ଷୟ ଦାସ, ଶଶଧର ପାତ୍ର, ଶମ୍ଭୁନାଥ ପରିଡା, ପ୍ରଦୀପ କୁମାର ଦତ୍ତ, ଡାକ୍ତର ଦିପ୍ତୀ ରାୟ, ଜ୍ଞାନେନ୍ଦ୍ର ଦାସ, ରତ୍ନାକର ବଳ, ସୁବାସ ନାୟକ, ଭାସ୍କର ଚନ୍ଦ୍ର ଧଳ,ପୁଷ୍ପଶ୍ରୀ ସୁଜାତା ପରିଡ଼ା,ବିକଳ ଚନ୍ଦ୍ର ମହାନ୍ତି,ଅଭୟ ବିଶ୍ବାଳ ପ୍ରମୁଖ ସ୍ବର୍ଗତ ନାରାୟଣଙ୍କ ଜୀବନାଦର୍ଶ ଓ ସମାଜକୁ ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ତାଙ୍କୁ ଜଣେ ପରୋପକାରୀ, ବନ୍ଧୁ ବତ୍ସଳ,ଅମାୟିକ, ଅଜାତଶତ୍ରୁ, ମିଷ୍ଟଭାଷୀ, ସମ୍ଭାବନା ଓ ଆତ୍ମବିଶ୍ଵାସର ପ୍ରତିଛବି ରୂପେ ଅବହିତ କରିଥିଲେ। ଏହି ଅବସରରେ ସର୍ବଶ୍ରୀ ପି ପି ରାୟ, ଶଶଧର ପାତ୍ର, ଭଗବାନ ରାଉତ, ବିକଳ ଚନ୍ଦ୍ର ମହାନ୍ତି, ନିତ୍ୟାନନ୍ଦ ବିଶ୍ବାଳ, ଇଂ ଗୈାତମ ମିଶ୍ର ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସ୍ବପ୍ନାରାଣୀ ଭଞ୍ଜଦେଓ ଓ ତନୁ ପ୍ରଧାନ ସହଯୋଗ କରିଥିବା ବେଳେ ସଂଯୋଜକ ଶ୍ରୀ ରାଉତ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। ଏହି ଅବସରରେ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ପୁତ୍ର ନିରୋଦକୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ରାଉତ ଙ୍କ ସୁପୁତ୍ର ବିନୋଦ,ନିରୋଦ, କ୍ଷୀରୋଦ, ପ୍ରମୋଦ ଙ୍କ ସମେତ ପରିବାର ବର୍ଗ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ, ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ। ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

masiha

Leave a Comment

error: Content is protected !!