ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

ରାଉରକେଲା: ୧୯୪୮ ମସିହାରେ ପ୍ରତିଷ୍ଠିତ ବିଶ୍ୱର ସର୍ବବୃହତ ଯୁବ ସଂଗଠନ ନ୍ୟାସନାଲ କ୍ୟାଡେଟ୍ କର୍ପସ ବା ସମର ଶିକ୍ଷାର୍ଥୀ ବାହିନୀ ଏନସିସି ପକ୍ଷରୁ ୭୬ତମ ସ୍ଥାପନା ଦିବସ ପାଳନ ହୋଇଛି। ‘ଯୁବ ଶକ୍ତି – ବିକଶିତ ଭାରତ’ର ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତ୍ତମାନର ଯୁବକଙ୍କୁ ଭବିଷ୍ୟତରେ ଜଣେ ଦାୟିତ୍ବବାନ ନାଗରିକରେ ପରିଣତ କରିବା ଦିଗରେ ଏନସିସି ନିରନ୍ତର ଉଦ୍ୟମ ଜାରି ରଖିଛି। ଏନ୍‌ସିସି ପକ୍ଷରୁ ବିଭିନ୍ନ ସମୟରେ ବୃକ୍ଷରୋପଣ ପରିଷ୍କାର ପରିଚ୍ଛନ୍ନତା, ନିଶା ନିବାରଣ ଅଭିଯାନ ଆଦିର ଆୟୋଜନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ଏବଂ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏନ୍‌ସିସିର ଶାଖା ମାଧ୍ୟମରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ନୂତନ କ୍ୟାଡେଟ ସୃଷ୍ଟି କରାଯାଇ ଦେଶ ଗଠନରେ ସହାୟତା ନିମନ୍ତେ ପ୍ରଶିକ୍ଷଣ ଦିଆଯାଉଛି । ଏହି କ୍ରମରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି। ଏନ୍‌ସିସି ଅଧିକାରୀ କ୍ୟାପ୍‌ଟେନ ମୀନା ଦାସଙ୍କ ନେତୃତ୍ବରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ଯୋଗଦେଇ ପ୍ରଥମେ ଏନ୍‌ସିସି ପତାକା ଉତ୍ତୋଳନ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ହୋଇଥିବା ପରେଡ୍‌ ପ୍ରଦର୍ଶନରେ ପ୍ରଫେସର ଡ. ବେହେରା ଉଦ୍‌ବୋଧନ ଦେଇ ପ୍ରତ୍ୟେକ କ୍ୟାଡେଟ ଏନ୍‌ସିସି ମାଧ୍ୟମରେ ଶୃଙ୍ଖଳା ଓ ମୂଲ୍ୟବୋଧ ସହିତ ଜଣେ ଜଣେ ସୁନାଗରିକ ହୋଇପାରିବେ ବୋଲି କହିଥିଲେ । ଏହି ଅବସରରେ କ୍ୟାଡେଟ୍‌ମାନଙ୍କ ଦ୍ବାରା ଏନ୍‌ସିସିର ବାର୍ତ୍ତା ‘ଏକତା ହିଁ ବଳ’ ସମ୍ପର୍କରେ ବାର୍ତ୍ତା ଦେବା ସହ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିଲେ। କ୍ୟାଡେଟ ନଫିସ ଅଲ୍ଲୀ ଏବଂ ଆଦିତି ମିଶ୍ରଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ସେମାନଙ୍କର ଏନ୍‌ସିସି କାର୍ଯ୍ୟକାଳପର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହା ସହିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ୟାଡେଟ୍‌ମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କ୍ୟାଡେଟ ଓମପ୍ରକାଶ, ସୁକନ୍ୟା, ସୁଗନ୍ଧିତା, ସୁଶମାମ୍ ବିଶ୍ବଜିତ, ଆଦିତ୍ୟ ପ୍ରମୁଖ କ୍ୟାଡେଟ୍‌ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରୀୟ ସହଯୋଗ କରିଥିଲେ। କ୍ୟାଡେଟ୍‌ମାନେ ଏନ୍‌ସିସି ଦ୍ବାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ସହିତ ନିକଟସ୍ଥ ମାର୍କେଟରେ ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ । ଏହା ସହିତ ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଶିକ୍ଷା ଗ୍ରହଣ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି: କୋକସରା ରେ ଖୋଲିବ ଅବକାରୀ ଥାନା, ରାଜ୍ୟ କ୍ୟାବିନେଟ ରେ ପ୍ରସ୍ତାବ ପାରିତ

masiha

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

Sunil Chandra Nayak

ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!