ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

ଡାବୁଗାଁ, ୨୫/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଆୟାପ୍ପା ଭକ୍ତ ଙ୍କ ଇରୁମୁଡି ପୂଜା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜାରେ ଜୟପୁର ର ରାବଣା ଗୁରୁସ୍ଵାମୀ ୱାଇ. ରାବଣା ସ୍ଵାମୀ ଯୋଗ ଦେଇ ପୂଜାର୍ଚ୍ଚନା କରି ବ୍ରତଦ୍ଧାରି ଙ୍କ ମୁଣ୍ଡରେ ଇରୁମୁଡୁ ଧାରଣ କରାଇଥିଲେ । ଏଥିରେ ଭକ୍ତ ମାନେ ମନସ୍କାମନା କରି ଯେ କୌଣସି ଦିକ୍ଷାଧାରିଙ୍କୁ ୩ ବା ୭ମୁଠା ଚାଉଳ ଦେଇଥାନ୍ତି। ସେହି ଚାଉଳ ଓ ଘିଅ ନଡ଼ିଆ କୁ ଏକ ନୂଆ ବସ୍ତ୍ର ରେ ବାନ୍ଧି ମୁଣ୍ଡରେ ଧରି ଦୀକ୍ଷାଧାରି ମାନେ ଆୟାପ୍ପା ଙ୍କ ମନ୍ଦିରକୁ ଯାଇଥାନ୍ତି । ଏଥିରେ ଜଣେ ମଣିକଣ୍ଠ ସ୍ଵାମୀ ଓ ଜଣେ ସାବାରୀ ମାତାଙ୍କ ସହ ଡାବୁଗାଁ ଗୁରୁ ସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ବାଦଲ ଜେନା, ଚିତ୍ତରଞ୍ଜନ ପାତ୍ର, ଡି. ରାଜେଶ ରାଓ, ଶାନ୍ତନୁ ଖୁଣ୍ଟିଆ, ଜି. ରାଜେଶ ରାଓ ଜେ. ସୁଦର୍ଶନ ରାଓ, ଏମ୍. ମାଣିକ, ଟି. ଜୁଗୁନୁ ବାବୁ, ଜିତେନ୍ଦ୍ର କୁମାର ଖୁଣ୍ଟିଆ ଙ୍କ ସମେତ ମୋଟ ୨୮ ଜଣ ବ୍ରତ ଧାରି ସ୍ଵାମୀ ଇରୂମୁଡ଼ି ଧାରଣ କରିଥିଲେ | ସମସ୍ତ ଭକ୍ତ ମାନେ କେରଳ ର ସାବାରିମାଳା ଯାଇ ଫମ୍ପା ନଦୀରେ ସ୍ନାନ କରି ସେଠାରୁ ଚାଲି ଚାଲି ଯାଇ ଆୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ଆୟାପ୍ପା ସ୍ଵାମୀ ଙ୍କୁ ଦର୍ଶନ କରିବେ। ଭକ୍ତ ମାନେ ସମସ୍ତ ଦିକ୍ଷାଧରି ଆୟାପ୍ପା ସ୍ଵାମୀ ମାନଙ୍କୁ ରାଧାକୃଷ୍ଣ ମନ୍ଦୀର ଠାରୁ ଡାବୁଗାଁ କୃଷିଫାର୍ମ ଯାଏଁ ଏକ ଶୋଭାଯାତ୍ରା ରେ ନେଇଯାଇଥିଲେ । ପରେ ସେଠାରୁ ଆୟାପ୍ପା ସ୍ଵାମୀ ଙ୍କ ଦର୍ଷନାର୍ଥେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

masiha

DSP Prashant Sahoo honored with international Kalki Gaurav Award 2024.

masiha

ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!