ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗରରେ ଅଗ୍ରଣୀ ହଂସୁଆ କଳା ପ୍ରତିଷ୍ଠାନ ପରେ ଏଵେ “ମୁର୍ଚ୍ଛନା” କଳା ପରିଷଦର ଶୁଭ ଉଦ୍ଘାଟନ 

ରାଜନଗରରେ ଅଗ୍ରଣୀ ହଂସୁଆ କଳା ପ୍ରତିଷ୍ଠାନ ପରେ ଏଵେ “ମୁର୍ଚ୍ଛନା” କଳା ପରିଷଦର ଶୁଭ ଉଦ୍ଘାଟନ 

ରାଜନଗର-24.11.024କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଳା କ୍ଷେତ୍ରରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କଳାକାର ଭରି ରହି ବିଗତ ଦିନମାନଙ୍କରେ ଆକାଶବାଣି ଓ ଅପେରା ,ସଙ୍ଗୀତରେ ସୁନାମ ଅର୍ଜନ କରି ଥିଲା।ତାହା କ୍ରମସ ଲୋପ୍ ପାଇ ଆସୁଥିବା ଵେଳେ ହଂସୁଆ କଳା ପ୍ରତିଷ୍ଠାନ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ନେଇ କଳା ପ୍ରଦର୍ଶନ କରି କଳାକୁ କିଛିବର୍ଷ ହେଵ ଵଞ୍ଚାଇ ଅଗ୍ରଣୀ ଭୂମିକାରେ ପଦାର୍ପଣ କରିଆସୁଛି।ହେଲେ ରାଜନଗର ଅଞ୍ଚଳର ଵୁଡି ରହିଥିବା ପ୍ରତିଭା ମାନଙ୍କୁ କଳା ଜଗତରେ ପଦାର୍ପଣ କରି ଓଡିଶାରେ ରାଜନଗର ଅଞ୍ଚଳକୁ କଳାକାରମୟରେ ପରିଣତ କରିବାକୁ ଅଞ୍ଚଳରେ ଶୋଇପଡିଥିବା “ମୁର୍ଛ୍ଛନା”କଳା ପରିଷଦର ଆଜି ସେଣ୍ଟ ଜାଭିୟାର ସ୍କୁଲ ପ୍ରକୋଷ୍ଠରେ ପୁନଃ ଶୁଭ ଉଦ୍ଘାଟନ ହୋଇ ଯାଇଅଛି।ଏହି ପରିଷଦର ମୂଖ୍ୟ ଲକ୍ଷ ହେଉଛି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକାଶ କରିବା। ଏହି ସ୍କୁଲର ପ୍ରଧାନ ଗୁରୁଜୀ ସୁକଦେବ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ଭାଵେ ସାମ୍ବାଦିକ ବସନ୍ତ କୁମାର ହାତୀ, ବନ୍ଧପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷ୍ମୀକାନ୍ତ ପ୍ରିୟଦର୍ଶନ, ଦୁର୍ଗାପ୍ରଶନ୍ନ ଜେନା,ଯୁବ କବି ତଥା ଚିତ୍ରଶିଳ୍ପୀ ପବିତ୍ର ବ୍ରହ୍ମପୁତ୍ର ନାୟକ,ବରିଷ୍ଟ କଳାକାର ରାମଚନ୍ଦ୍ର ବାରିକ , ବରିଷ୍ଟ ତବଲା ବିଶାରଦ ପ୍ରହଲ୍ଲାଦ ରାଉତ,,ବେଲପାଳ ନିମ୍ନ ମୌଳିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁଧାଶ୍ମୀତା ବିଶ୍ବାଳ, ଜଗନ୍ନାଥପୁର ଶାସନ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ, ରବିନ୍ଦ୍ରନାଥ ଶର୍ମା ପ୍ରମୁଖ ଯୋଗଦେଇ ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ବିକାଶ ଦିଗରେ ନିଜର ମୂଲ୍ୟବାନ ଅଭିଭାଷଣ ରଖିଥିଲେ।ଏହି ସଭାକୁ ପ୍ରଧାନ ଗୁରୁଜୀ ସୁକଦେବ ପରିଡ଼ା, ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପ୍ରିୟଦର୍ଶନ ଓ ରାମଚନ୍ଦ୍ର ବାରିକ୍ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିବା ବେଳେ ଶିକ୍ଷୟତ୍ରୀ ଶୁଧାଶ୍ମିତା ବିଶ୍ବାଳ ବିଭୁ ବନ୍ଦନା ଗାନ କରିଥିଲେ। ଯୁବ ପ୍ରତିଭା ଶ୍ରୀଯୁକ୍ତ ଆସୁତୋଷ ନାଥ ଶର୍ମା,ଗଳିଦାଣ୍ଡର ଆରିୟନ ବେହେରା ଓ ରାମଚନ୍ଦ୍ର ବାରିକ୍ ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ।ଏହା ପରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

masiha

Leave a Comment

error: Content is protected !!