ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

ସତ୍ୟସାଇ ସେବା ଙ୍କ ଜୟନ୍ତୀ ପାଳନ 

ନବରଙ୍ଗପୁର:(୨୪/୧୧/୨୪)(ରବି ନାରାୟଣ ମହାନ୍ତି) ଧରାକୋଟ ସତ୍ୟସାଇ ସେବା ଗ୍ରୁଫ ତରଫରୁ ଯୁଗାବତାର ପ୍ରେମ ମୟ ଭଗବାନ ସତ୍ୟସାଇ ବାବାଙ୍କର ୯୯ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ରଥପଦା ଠାରେ ପାଳନ ହୋଇଯାଇଛି । ପ୍ରଭାତରୁ ଓଁକାର, ସୁପ୍ରଭାତମ ,ନଗର ସଙ୍କୀର୍ତ୍ତନ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ,ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଓଁକାର,ଅଷ୍ଟୋତ୍ତର ନାମ ପଠନ ଓ ଭଜନ କାର୍ଯ୍ୟକ୍ରମ ପରେ ଭକ୍ତିମୟ ପରିବେଶ ମଧ୍ୟରେ ମୁଖ୍ୟ ଅତିଥି ଭାବରେ ଇଂ ଉତ୍ତମ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗୋପାଳ କୃଷ୍ଣ ଜେନା, ସତ୍ୟନାରାୟଣ ଡାକୁଆ ଓ ତ୍ରିନାଥ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସାଇ ସନ୍ଦେଶ ଓ ଜଗତର ହିତ ପାଇଁ ଉଦ୍ଦିଷ୍ଟ ବାବାଙ୍କ ମହତ ବାଣୀ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ। କୁନି କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗୌର ଚନ୍ଦ୍ର ଦାସ ଏଥିରେ ସଂଯୋଜନା କରିଥିଲେ। ଗଗନ ବିହାରୀ ସ୍ୱାଇଁ,ଘନଶ୍ୟାମ ଗୌଡ଼, ଚନ୍ଦ୍ରହାସ ବରାଡ,ଲୋକନାଥ ଦାସ,ଗୀତାଞ୍ଜଳି ସାହୁ ଓ ସଂଗୀତା ଦାସ ଭଜନ ପରିବେଷଣ କରିଥିଲେ । ଶିବ ପ୍ରସାଦ ମହାନ୍ତି,ପ୍ରଭାକର ମୁନି,ମଧୁସୂଦନ ପାତ୍ର,ସତ୍ୟ ପଟ୍ଟନାୟକ, ଅଶୋକ ବରାଡ ଓ ପାପା ରାଓ ଙ୍କ ସମେତ ସମସ୍ତେ ସହଯୋଗ ପ୍ରଦାନ କରିଥିଲେ। ( ମ ନି ସ )

Related posts

ରାଉରକେଲାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ

Sunil Chandra Nayak

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ

Sunil Chandra Nayak

Leave a Comment

error: Content is protected !!