ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜା ନାଚଲେ ର ଉଦଯାପନୀ କାର୍ଯ୍ୟକ୍ରମ

ଆଜା ନାଚଲେ ର ଉଦଯାପନୀ କାର୍ଯ୍ୟକ୍ରମ

ରାଉରକେଲା : ରାଉରକେଲା ର ନୃତ୍ୟ ବିସ୍ମୟ ରୋଜା ରଣାଙ୍କ ନାମରେ ନାମିତ ରୋଜା ନୃତ୍ୟାନୁଷ୍ଠାନ ବିଗତ ଦୁଇ ଦିନ ଧରି ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗୀତା ଆଜା ନାଚଲେ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଆୟୋଜନ କରିଥିଲା । କନିଷ୍ଠ ବର୍ଗ ରୁ ବରିଷ୍ଠ ବିଭାଗରେ ରାଉରକେଲା ତଥା ଓଡିଶାର ବିଭିନ୍ନ ପ୍ରାନ୍ତ ସହିତ ବମ୍ବେ, ଧାନବାଦ, ଆସାମସୋଲ, ଝାଡ଼ଖଣ୍ଡ, କଲିକତା, ରାଜସ୍ଥାନ ଓ ଛତିଶଗଡରୁ ଅନ୍ୟୁନ ୧୮୦ ଜଣ ନୃତ୍ୟ ପ୍ରତିଯୋଗୀ ଏକକ ତଥା ଗୋଷ୍ଠୀ ସମୂହ ଭାବରେ ଭାଗ ନେଇଥିଲେ। ଉଦଯାପନୀ ସନ୍ଧ୍ୟାରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସର ପ୍ରାକ୍ତନ ସଭାପତି ସୁନୀଲ କାୟଲ, ନୃତ୍ୟାନୁଷ୍ଠାନର ଅଧକ୍ଷ ବିଷ୍ଣୁପ୍ରିୟା ସ୍ଵାଇଁ, ନିର୍ଦ୍ଦେଶକ ଆଲୋକ ଜେନା, ଅବସର ପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ପ୍ରେମାନନ୍ଦ ସାମଲ ଓ ଲାୟନ୍ସ କ୍ଲବର ସଭାପତି ବୈଶାଳୀ ଖେଡିଆ, ସମାଜସେବୀ ସୀମା ମହାନ୍ତି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଯାପନୀ ଅଭିଭାଷଣ ରଖିଥିଲେ । ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ କର କମଳରୁ ବିଚାରିକା ଦ୍ୱୟ ରୋଜା ରାଣା ଓ ସୁସ୍ମିତା ତମଙ୍ଗ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ଉପଢୌକନ ପ୍ରଦାନ କରାଯାଇଥିଲା । ପ୍ରାକାଶ ଥାଉ କି ବିଧାୟକ ରୋଜା କୁ ରାଉରକେଲାର ଗର୍ବ ରୂପେ ପ୍ରତିପାଦନ କରିବା ସହ ସୁଦୂର ପଶିମ ବଙ୍ଗରୁ ପ୍ରଥମ କରି ଆସିଥିବା ସୁସ୍ମିତା ତମଙ୍ଗ କୁ ଛୋଟ ବୟସରୁ ଏପରି ବିଚାରିକା କାର୍ଯ୍ୟ ପାଇଁ ଭୂଯସୀ ପ୍ରଶଂସା କରିଥିଲେ । ଉକ୍ତ ପ୍ରତିଯୋଗୀତା ଏକକ ପର୍ଯ୍ୟାୟ କନିଷ୍ଠ ଶ୍ରେଣୀରେ ରାଉରକେଲାରୁ ଆକାଂକ୍ଷା ପ୍ରଧାନ ଓ ପ୍ରିୟାନୀ ଚାଟୋଇ ପ୍ରଥମ ଓ ତୃତୀୟ ଏବଂ କୋରାପୁଟ ରୁ ଅଦିତି ପଟ୍ଟନାୟକ ଦ୍ଵିତୀୟ ସ୍ଥାନ, ବରିଷ୍ଠ ବର୍ଗରେ ମୁମ୍ବାଇରୁ ଆସିଥିବା କିଷାନ ଆଉଜି ପ୍ରଥମ, ରାଉରକେଲାରୁ ଆକାଶ ସାହୁ ଦ୍ଵିତୀୟ ଏବଂ ଝାରସୁଗୁଡାରୁ ଦୁଷ୍ମନ୍ତ ପୋଧା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହି ପରି ଗୋଷ୍ଠୀ ସମୂହ ପ୍ରତିଯୋଗୀତାର ତିନୋଟି ପର୍ଯ୍ୟାୟରେ ବ୍ରଜରାଜ ନଗର, ଧାନବାଦ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ରୁ ବିଜେତା ରୂପେ ଘୋଷଣା କରାଯିବା ସହିତ ସମସ୍ତଙ୍କୁ ଉପଢୌକନ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉକ୍ତ ସନ୍ଧ୍ୟାର ପ୍ରାରମ୍ଭରେ ନୃତ୍ୟାଙ୍ଗନା ନୃତ୍ୟାନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ସହ ସନ୍ଧ୍ୟାକୁ ଅତୀବ ଆକର୍ଷଣ କରିବାପାଇଁ ରୋଜା ବଲିଉଡ ପ୍ରକାରରେ ତାର ଗୃପ ସହିତ ମିଶି ବିଭିନ୍ନ ଶୈଳୀ ରେ ନୃତ୍ୟ ପରିବେଷଣ କରିଥିଲେ । ପ୍ରେକ୍ଷାଳୟ ଦର୍ଶକ ମାନଙ୍କ ଅନୁରୋଧ କ୍ରମେ ଅନ୍ୟତମ ବିଚାରିକା ସୁସ୍ମିତା ତାଙ୍କର ବିଶିଷ୍ଟ ଶୈଳୀ ପପୀଙ୍ଗ ଆନିମେସ ର ନୃତ୍ୟ ପ୍ରଦର୍ଶନ କରିଥିଲେ । ଉକ୍ତ ଦ୍ଵିଦିବାସୀୟ କାର୍ଯ୍ୟକ୍ରମ ରେ ଉଦଘୋଷକ ଭାବରେ ସ୍ମୃତି ରଞ୍ଜନ ନାୟକ, ବିଶ୍ଵଜିତ ନାୟକ ଓ ମୋନାଲିସା ସାହୁ ଏବଂ ପରିଶେଷ ରେ ଧନ୍ୟବାଦ ଅର୍ପଣ ଦୀପିକା ପାତ୍ରଙ୍କ ଦ୍ଵାରା କରାଯାଇଥିଲା । କାର୍ଯ୍ୟ କ୍ରମ କୁ ସସ୍ମିତା ଜେନା, ସୂରଜ ତନ୍ତି, ସୋମ୍ୟଶ୍ରୀ ନାୟକ, ରୁବି ପାତ୍ର, ବିଭୁତି ଭୂଷଣ ସେଠୀ, ହରେନ୍ଦ୍ର ନାୟକ, ଟୁନା ଗଉଡ, ମନୀଷା ଜେନା, ପରଶୁରାମ ମଲିକ, ରାମ, ବଣ୍ଟି, କୁଲଦୀପ, ରନୀ, ରକି ଓ କ୍ଷିତିଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ହାଇସ୍କୁଲର୮୪ତମ ସ୍ବନକ୍ଷତ୍ର ଦିବସ ପାଳିତ

masiha

ଚାଉଳ ଏବଂ କିରୋସିନି ହେରଫେର କରି ନିଲମ୍ବନ ହେଲେ ରିଟେଲର

Sunil Chandra Nayak

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!