୨୫ ବର୍ଷରେ ସାପ୍ତାହିକ ଦୀନ୍ ଦୟାଲମେଲ୍
ରାଉରକେଲା ପାନ୍ଥନିବାସରେ ଅନୁଷ୍ଠିତ ହେଲା ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ
ରାଉରକେଲା: ଓଡିଆ ସାପ୍ତାହିକ ସମ୍ବାଦପତ୍ର ଦୀନ୍ ଦୟାଲମେଲ୍ ଆଜି ରାଉରକେଲା ପାନ୍ଥନିବାସରେ ଠାରେ ତା’ର ୨୫ତମ ସ୍ବ-ନକ୍ଷତ୍ର ଉତ୍ସବ ପାଳନ କରିଛି। ୧୯୯୯ ମସିହା ନଭେମ୍ବର ୨୨ ତାରିଖରେ ଦୀନ୍ ଦୟାଲମେଲ୍ ତା’ର ପ୍ରଥମ ସଂସ୍କରଣ କରିଥିଲା ବେଳେ, ଆଜି ୨୫ ବର୍ଷରେ ପଦାର୍ପଣ କରିଛି ପାନ୍ଥନିବାସରେ ଆୟୋଜିତ ସାପ୍ତାହିକ ଖବରକାଗଜ ଦୀନ୍ ଦୟାଲମେଲର ୨୫ତମ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇଥିଲା ବେଳେ ମୁଖ୍ଯବକ୍ତା ଭାବେ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସତ୍ଯାନନ୍ଦ ବେହେରା, ଅଧ୍ଯାପକ ମହେନ୍ଦ୍ର ମିଶ୍ର, ପୱନ ତିୱାରୀ ଏବଂ ଦୀନ୍ ଦୟାଲମେଲ ର ସମ୍ପାଦକ ଶିବ ଶରଣ ମିଶ୍ର ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମୁଖ୍ଯବକ୍ତା ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟରେ କହିଲେ ଯେ, ଓଡିଶାରୁ ଦୈନିକ ଖବର କାଗଜ ସମେତ ସାପ୍ତାହିକ, ପାକ୍ଷିକ, ମାସିକ ସମ୍ବାଦପତ୍ର ମଧ୍ଯ ପ୍ରକାଶିତ ହେଉଛି। ଖବର ଲେଖିବା ବେଳେ ପ୍ରତ୍ଯେକ ସାମ୍ବାଦିକ ନିଜକୁ ଛୋଟ ଭାବିବା ଉଚିତ୍ ନୁହେଁ। ଖବର ଉପରେ ଗୁରୁତ୍ବ ଦେବା ସହିତ ସତ୍ଯକୁ ସାମ୍ନାକୁ ଆଣି ଖବର ଲେଖିବା ଆବଶ୍ୟକତା ରହିଛି। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ତନ୍ତୀ ନିଜ ବକ୍ତବ୍ୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକଙ୍କୁ ପ୍ରଶଂସା କରିବା ସହିତ ସାମ୍ବାଦିକଙ୍କ ଖବର ପ୍ରକାଶ ଯୋଗୁଁ ସେ ରାଉରକେଲା ସରକାରୀ ଡାକ୍ତରଖାନା ଆରଜିଏଚର ପ୍ରସୂତୀ ବିଭାଗରେ ମାତୃ ଗର୍ଭରୁ ଜନ୍ମିତ ଶିଶୁ ଶଯ୍ଯା ଅଭାବରୁ ତଳେ ଶୋଉଥିବା ସମସ୍ଯାକୁ ଦୂର କରିପାରିଛନ୍ତି କହିଥିଲେ। ଜନ୍ମିତ ଶିଶୁଙ୍କ ସମସ୍ଯାକୁ ପାନପୋଷ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ପଡିରହିଥିବା ୨୦ଟି ଶଯ୍ଯାକୁ କାର୍ଯ୍ଯରେ ଲଗାଇ ପାରିଛନ୍ତି ଶ୍ରୀ ତନ୍ତୀ କହିଥିଲେ। ଏଥିସହିତ ସହିତ ସମ୍ବିଧାନର ବ୍ଯବସ୍ଥାପିକା, କାର୍ଯ୍ଯପାଳିକା ଓ ବିଚାରଳୟର ଭାବଧାରାକୁ ଖବର ମାଧ୍ୟମରେ ସଜାଡିବା ଚତୁର୍ଥ ସ୍ତମ୍ଭ ବା ସାମ୍ବାଦିକଙ୍କ କାର୍ଯ୍ଯ ବୋଲି କହିଥିଲେ। ସମସ୍ତଙ୍କୁ ନେଇ ଚାଲିବା ଚତୁର୍ଥ ସ୍ତମ୍ଭର ମୌଳିକ କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି ମତ ରଖିଥିଲେ । ପ୍ରାରମ୍ଭରେ ବେଦବ୍ୟାସ ଗୁରୁକୂଳ ଆଶ୍ରମରୁ ଆସିଥିବା ଗୁରୁ ଓ ଛାତ୍ରମାନେ ଶ୍ଳୋକ ଆବୃତ୍ତି କରିଥିଲେ।ଏହି ଅବସରରେ ଦୀନ୍ ଦୟାଲମେଲ୍ ୨୫ତମ ସ୍ବନକ୍ଷତ୍ର ଉତ୍ସବରେ ଓଡିଶା ତଥା ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟରତ ମହିଳା ସାମ୍ବାଦିକ ସୁଶ୍ରୀ ପ୍ରଜ୍ଞା ବଳ,ଜ୍ୟୋସ୍ନାରାଣୀ ଗାୟନ, ରୀତା ମିଶ୍ର,ମୈ।ସୁମୀ ଆଇଚ, ଲୋପାମୁଦ୍ରା ଦେବୀ, ସୁଚରିତା ଦାସ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ମୁଖ୍ଯ ଅତିଥି ଦୀନ୍ ଦୟାଲମେଲର ରାଜ୍ଯରେ ତା’ର ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥଲେ। ସମ୍ପାଦକ ଶିବଶରଣ ମିଶ୍ର ଅନୁଷ୍ଠାନର ଇତିହାସ ସହ ଅତିଥି ମାନଙ୍କ ପରିଚୟ ସହ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଶେଷରେ ପ୍ରକାଶ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜଗବନ୍ଧୁ ଗାୟନ, ସନ୍ତୋଷ ପ୍ରଧାନ, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

