ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ

ଡାବୁଗାଁ, ୨୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲାର ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନ ମଙ୍ଗଳବାର ଲିଙ୍ଗ ସମ୍ବେଦନଶୀଳ ଉପରେ ଆଲୋଚନା କରାଯାଇଛି | ସମାଜ ରେ ଲିଙ୍ଗଗତ ବୈଶ୍ୟମତା କୁ କିପରି ଭାବରେ ଦୂର କରାଯାଇପାରିବ | ଏ ନେଇ ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ଆଲୋଚନା କରାଗଲା । ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା | ସଖୀ ୱାନ ଷ୍ଟପ ସେଣ୍ଟର କେଶ ୱାର୍କର ଜସ୍ମିନ ସିଂ ଉପସ୍ଥିତ ଥିବା ସମସ୍ତ ଅଙ୍ଗନବାଡି, ଆଶା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମ ବିସ୍ତାର ରୂପରେ ଆଲୋଚନା କରିଥିଲେ | ପରିଶେଷରେ ମଲ୍ଟି ପୋରପଜ ୱାର୍କର ସ୍ଵର୍ଣ୍ଣଲତା ବାଘ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

masiha

ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ରାମେଶ୍ୱର ପ୍ରଧାନ , ଆଜି ରାମନଗୁଡ଼ା, ଗୁଣପୁର ଓ ପଦ୍ମପୁର ତହସିଲ ପରିଦର୍ଶନ

masiha

Leave a Comment

error: Content is protected !!