ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ

ଡାବୁଗାଁ, ୨୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲାର ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଅଙ୍ଗନୱାଡି କେନ୍ଦ୍ର ଠାରେ ଜିଲା ସମାଜ କଲ୍ୟାଣ ବିଭାଗ ଏବଂ ୱାନ ଷ୍ଟପ ସେଣ୍ଟର୍ (ଶକ୍ତି ସମ୍ବଳ ) ମିଳିତ ଭାବରେ ୧୬ ଦିନିଆ କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିନ ମଙ୍ଗଳବାର ଲିଙ୍ଗ ସମ୍ବେଦନଶୀଳ ଉପରେ ଆଲୋଚନା କରାଯାଇଛି | ସମାଜ ରେ ଲିଙ୍ଗଗତ ବୈଶ୍ୟମତା କୁ କିପରି ଭାବରେ ଦୂର କରାଯାଇପାରିବ | ଏ ନେଇ ମହିଳା ଙ୍କ ଉପରେ ହେଉଥିବା ହିଂସା କିପରି ଦୂରୀକରଣ ହୋଇପାରିବ ଆଲୋଚନା କରାଗଲା । ସଖୀ କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କୁ କିପରି ଗ୍ରାମ ଗ୍ରାମ ରେ ସଚେତନତା କରିପାରିବା ଏହା ଉପରେ ଗୁରୁତ୍ୱ ଦିଆଯାଇଥିଲା | ସଖୀ ୱାନ ଷ୍ଟପ ସେଣ୍ଟର କେଶ ୱାର୍କର ଜସ୍ମିନ ସିଂ ଉପସ୍ଥିତ ଥିବା ସମସ୍ତ ଅଙ୍ଗନବାଡି, ଆଶା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମ ବିସ୍ତାର ରୂପରେ ଆଲୋଚନା କରିଥିଲେ | ପରିଶେଷରେ ମଲ୍ଟି ପୋରପଜ ୱାର୍କର ସ୍ଵର୍ଣ୍ଣଲତା ବାଘ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେବର୍ତ୍ତା କାଟେଣୀରେ ଅଭିଶପ୍ତ ଜୀବନ କାଟୁଛନ୍ତି ଜୁଆଙ୍ଗସାହି ବାସିନ୍ଦା 

Sunil Chandra Nayak

ପ୍ରତ୍ୟେକ ଶିଶୁ ଗୁରୁତ୍ଵପୂର୍ଣ୍ଣ ଉପରେ ତାଲିମ 

Sunil Chandra Nayak

ବିପ୍ର ଫାଉଡେସନ୍ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!