ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

  ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

  ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ବା ଏଓଏସସିଏଫ୍ ଦ୍ୱାରା ଭବାନୀପାଟଣାର ସ୍ଥାନୀୟ ନକଟିଗୁଡାସ୍ଥିତ ଆମ୍ବେଦକର ଭବନ ଠାରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଏଓଏସସିଏଫ୍ ର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ,ସମ୍ମାନୀତ ଅତିଥି ଭାବରେ ଏସ.ସୁଜାତା, ସଂଗଠନର ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରିଷିସୁଦନ ଛତ୍ରପାଲ, ଜିଲ୍ଲା ଉପସଭାପତି ଓମ୍ ପ୍ରକାଶ ଛତ୍ରିଆ,ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର,ପ୍ରମୁଖ ମଞ୍ଚସୀନ ହୋଇ ଭାରତୀୟ ସମ୍ବିଧାନର ପ୍ରଣେତା ବିଶ୍ବରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ, ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ଭାରତୀୟ ସମ୍ବିଧାନରେ ନାଗରିକର କର୍ତ୍ତବ୍ୟ ଓ ଅଧିକାର ଉପରେ ଥିବା ବିଭିନ୍ନ ଧାରା ବିଶ୍ୱ ଦରବାରରେ ପରିଚିତ କରାଇ ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତୀୟ ସମ୍ବିଧାନର ଧର୍ମ ନିରପେକ୍ଷତା ଯୋଗୁଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ବଜାୟ ରହିଛି । ଉକ୍ତ ସମ୍ବିଧାନ ଦିବସ ପାଳନ ସଭାରେ ସଂଗଠନର ବରିଷ୍ଠ ଉପଦେଷ୍ଟା ସଦସ୍ୟ ମାନଙ୍କ ମଧ୍ୟରେ ଧୀମାନ ରାମ କୁମାର ନାଏକ, ଧୀମାନ ଗଜମୋହନ ନାଏକ, ଧୀମାନ ଯୋଗେଶ୍ୱର ସାଗର, ପ୍ଲାନିଂ କୋଡ଼ିନେଟର ଧୀମାନ ବିଭୀଷଣ ନାଏକ, ଜିଲ୍ଲା ସଂଗଠନର କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ,ଟାଉନ ଯୁବ ସଭାପତି ଧୀମାନ ଚନ୍ଦନ ନାଏକ,ଗୋଲାମୁଣ୍ଡା ବ୍ଲକ ସଭାପତି ଧୀମାନ ମୂନିଆ ସିପକା , କେସିଙ୍ଗା ବ୍ଲକ ସଭାପତି ଧୀମାନ ତ୍ରିନାଥ ନାଏକ, ଧୀମାନ ନିପାନ କୂଳଦୀପ, ଧୀମାନ ବିରଞ୍ଚି ମହାନନ୍ଦ ଏବଂ ସମସ୍ତ ବ୍ଲକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ସମସ୍ତ ବକ୍ତାମାନେ ସମ୍ବିଧାନର ସୁରକ୍ଷା ଏବଂ କାର୍ଯ୍ୟକାରିତା ନିମନ୍ତେ ଏଓଏସସିଏଫ୍ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସଭାଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ମଧ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ

masiha

ଧାନ ମଣ୍ଡି ଉଦଘାଟିତ

masiha

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

Leave a Comment

error: Content is protected !!