ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ

ଦେଢ ଏକର ଜମି ଧାନ ୧ ଟି ଗଦା ପୋଡି ନଷ୍ଟ 

ଡାବୁଗାଁ, ୨୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ କୋଇଲାରୀ ଗ୍ରାମ ପଞ୍ଚାୟତ ର ସାନକୋଇଲାରୀ ଗ୍ରାମରେ ବୁଧବାର ନିଆଁ ଲାଗି ୧ ଟି ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ସାନକୋଇଲାରୀ ଗ୍ରାମର ଚନ୍ଦ୍ର ମାଝୀ ଙ୍କ ଦେଢ ଏକର ଜମିରେ ଚାଷ ହୋଇଥିବା ଧାନ ନିଜ ଜମିରେ ଖଳା କରି ଧାନ ଗଦା କରି ରଖିଥିଲେ | ଆଜି ପ୍ରାୟ ଅପରାହ୍ନ ୨ ଘ. ସମୟରେ କୌଣସି କାରଣ ରୁ ଧାନ ଗଦାରେ ନିଆଁ ଲାଗି ଯାଇଥିଲା | ନିଆଁ ଲାଗି ଧାନ ଗଦା ପୋଡି ଯାଉଥିବା ଦେଖି ସେଠାରେ ଗାଈ ଚରାଉଥିବା ଗାଈ ଚରାଳିମାନେ ଦେଖି ଧାନ ଗଦା ମାଲିକ ଙ୍କୁ ଖବର ଦେଇଥିଲେ l ଜମି ମାଲିକ ସଙ୍ଗେ ସଙ୍ଗେ ଡାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ |ଡାବୁଗାଁ ଦମକଳ ଗାଡି ଖରାପ ଥିବାରୁ ସେମାନେ ପାପଡାହାଣ୍ଡି ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ l ସେଠାରୁ ଦମକଳ ଗାଡି ଆସି ଅଗ୍ନି କୁ ଆୟତ୍ତ କରିଥିଲେ l କିନ୍ତୁ ଦମକଳ ଗାଡି ପହଞ୍ଚିବା ବେଳକୁ ଧାନ ଗଦା ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା | ଯଦି ଦମକଳ ଗାଡି ଠିକ ସମୟରେ ପହଞ୍ଚି ଥାନ୍ତା ତାହାଲେ ଏତେ ପରିମାଣର କ୍ଷତି ହୋଇ ନ ଥାଆନ୍ତା l ଯେହେତୁ ପାପଡାହାଣ୍ଡି ଦମକଳ କେନ୍ଦ୍ର ଡାବୁଗାଁ ରୁ ୨୦ କିମି ଦୁରତ୍ଵ,ନିଆଁ ଲାଗିଥିବା ସ୍ଥାନରୁ ୩୧ କିମି ଦୂର ହେବ l ଏପରି ଦୁର୍ଯୋଗ ସମୟରେ ଡାବୁଗାଁ ଦମକଳ ଗାଡି ଡାବୁଗାଁ ଦମକଳ ଗାଡି ଖରାପ ଥିବାରୁ ଚାଷୀର ଅଧିକ କ୍ଷତି ହୋଇଛି l ପ୍ରାୟ ୨୦ କୁଇଣ୍ଟାଲ ରୁ ଊର୍ଦ୍ଧ୍ଵ ଧାନ ନଷ୍ଟ ହୋଇଯାଇଛି | ଯାହାକି ଚଳିତ ବର୍ଷର ସରକାରୀ ଦର ହିସାବରେ ୬୨ ହଜାରରୁ ଅଧିକ ହେବ|

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

Sunil Chandra Nayak

ଧର୍ମଗଡ଼ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ଧର୍ମଗଡ଼ ବିଧାୟକ କର କମଳରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ଯକ୍ରମ…

Sunil Chandra Nayak

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

masiha

Leave a Comment

error: Content is protected !!