ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

ଡାବୁଗାଁ, ୨୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାର ଜଙ୍ଗଲ ପାଖରେ ଟ୍ରାକ୍ଟର ଓଲଟି ଜଣେ ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ବୁଧବାର ସନ୍ଧ୍ୟା ୫ ଘ. ସମୟରେ ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାରେ ରାଉଲିଗୁଡା ଗ୍ରାମ ଆଡୁ ଏକ ଟ୍ରାକ୍ଟର ହଳ କରି ମାନିଗାଁ କୁ ଆସୁଥିବା ସମୟରେ ଜଙ୍ଗଲ ନିକଟରେ ଟ୍ରାକ୍ଟର ଇଞ୍ଜିନର ଡାହାଣ ପାଖ ଆଗ ଚକା ହଠାତ ବାହାରି ଯିବାରୁ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିଥିଲା | ଯାହା ଫଳରେ ଟ୍ରାକ୍ଟର ଚାଳକ ମାନିଗାଁ ଗ୍ରାମର ରୁନା ବାଗ (୧୮) ଗାଡି ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ | ପାଖରେ ଥିବା ସ୍ଥାନୀୟ ଲୋକେ ପହଞ୍ଚି ଗାଡିକୁ ଉଠାଇଥିଲେ | ଗାଡି ଚାଳକ ରୁନା ବାଗଙ୍କ ମୃତ ଦେହ ଉଦ୍ଧାର କରିଥିଲେ | ଖବରପାଇ ମୃତକର ପିତା ପ୍ରଭୂଦାଶ ବାଗ ଘଟଣାସ୍ଥଳରେ ପହଞ୍ଚି ପୁଅର ଶବକୁ ନିଜ ଘରକୁ ନେଇଯାଇଥିଲେ | ଖବରପାଇ ଡାବୁଗାଁ ପୋଲିସ ପହଞ୍ଛି ମୃତ ଦେହ ଉଦ୍ଧାର କରି ମହାପ୍ରୟାଣ ଗାଡି ନଥିବାରୁ ପୋଲିସ ଗାଡିରେ ଶବ କୁ ଅଣାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏନେଇ ମୃତକ ଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ | ଡାବୁଗାଁ ରେ ଥିବା ମହାପ୍ରୟାଣ ଗାଡି ଟି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଯାହାଦ୍ୱାରା ଡାବୁଗାଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେଣୁ ଶୀଘ୍ର ମହାପ୍ରୟାଣ ଗାଡି ଡାବୁଗାଁ କୁ ଫେରାଇ ଦିଆଯାଉ ବୋଲି ଜନସାଧାରଣରେ ଦାବି ହେଉଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଞ୍ଚଳିକ ବ୍ରାହ୍ମଣ ସମିତିର ଶାଖା କମିଟି ବୈଠକ

masiha

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

Sunil Chandra Nayak

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

Sunil Chandra Nayak

Leave a Comment

error: Content is protected !!