ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

 ରାଉରକେଲା : ଡାକ୍ତର ଙ୍କୁ କାହିଁକି ଦ୍ବିତୀୟ ଇଶ୍ଵର କୁହାଯାଏ, ତାହା ପ୍ରମାଣ କରିଛନ୍ତି ଡାକ୍ତର ମନୋଜ କୁମାର ଦେଓ । ସମ୍ପ୍ରତ୍ତି ରାଉରକେଲା ର ଇସ୍ପାତ ଜେନେରାଲ ହସପିଟାଲରେ ନ୍ୟୁରୋ ସର୍ଜନ ଭାବେ କାର୍ଯ୍ୟରତ । ବିବରଣୀ ଅନୁଯାୟୀ ରାଉରକେଲା ର ଜେଲ ରୋଡ଼ ଠାରେ ରହୁଥିବା ଶ୍ୟାମ ସିନ୍ଧିରିୟା (୪୪) ଙ୍କର କିଛି ଦିନ ପୂର୍ବରୁ ଜଣା ପଡ଼ିଲା ଯେ ତାଙ୍କର ମସ୍ତିସ୍କ ରେ ପାଣି ରହିଯାଇଛି । ତେଣୁ ଚିକିତ୍ସା ପାଇଁ ଦାଣ୍ଡିଆପାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଗଲା। ଦୀର୍ଘଦିନ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଘରକୁ ନେଇ ଯିବାକୁ କହିଲେ କାରଣ ତାଙ୍କୁ ଯାହା କଲେ ମଧ୍ୟ ସେ ଭଲ ହେଇ ପାରିବେ ନାହିଁ ବୋଲି କହିଦେଲେ । ତେଣୁ ନିରୁପାୟ ହୋଇ ଶ୍ୟାମ ଙ୍କ ପରିବାର ବର୍ଗ ଆଇଜଏଚ ରେ କାର୍ଯ୍ୟରତ ଡାକ୍ତର ଶ୍ରୀ ଦେଓ ଙ୍କ ସହ ଯୋଗାଯୋଗ କରିଥିଲେ । ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଶ୍ରୀ ସିନ୍ଧିରିୟା ଆଇଜିଏଚ ରେ ଚିକିତ୍ସିତ ହେଲେ । ଡାକ୍ତର ଙ୍କ ତତ୍ବାବଧାନରେ କିଛି ଦିନ ପରେ ଅପରେସନ କରି ମସ୍ତିଷ୍କ ରୁ ପାଣି ବାହାରିଲା ପରେ ଶ୍ରୀ ସିନ୍ଧିରିୟା ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି । ଏଥିପାଇଁ ଶ୍ରୀ ସିନ୍ଧିରିୟା ଓ ତାଙ୍କ ପରିବାର ତରଫରୁ ଡାକ୍ତର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ ଡାକ୍ତର ଶ୍ରୀ ଦେଓ ଇସ୍ପାତ ଜେନେରାଲ ହସପିଟାଲରେ ରେ ଚାରି ମାସ ପୁର୍ବରୁ ଯୋଗଦେଇଛନ୍ତି । ଏହା ଭିତରେ ସେ ୨୮ ଟି ଅପରେସନ କରି ସଂପୁର୍ଣ୍ଣ ସଫଳତା ହାସଲ କରିଛନ୍ତିି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

Sunil Chandra Nayak

ଆସିକା ସଂସ୍କୃତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର

Sunil Chandra Nayak

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!