ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫….. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫…..

ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ନାଟକ ତଥା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ୩ ଜଣ ନାଟ୍ୟ ବିଶାରଦ ଯଥା ଭୁବନେଶ୍ୱର ର ନାଟ୍ୟକାର,ଅନୁବାଦକ, ନିର୍ଦ୍ଦେଶକ, ସଂଗଠକ ଚିନ୍ମୟୀ ଷଡ଼ଙ୍ଗୀ, ନାଟ୍ୟକାର, ନିର୍ଦ୍ଦେଶକ ଓ ସଂଗଠକ ପ୍ରଫେସର ଡ଼ଃ ସମର ମୁଦାଲି ତଥା ଦମନ ଚଳଚ୍ଚିତ୍ରର ନାୟକ ତଥା ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା ଦ୍ବୀପନ୍ବିତ ଦାଶ ମହାପାତ୍ର ଙ୍କୁ ୧୫ ତାରିଖ ଦିନ କସ୍ତୁରୀ ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ। ସେହିପରି ୧୪ ତାରିଖ ଦିନ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରଶାନ୍ତ କୁମାର ସେଠୀଙ୍କୁ କସ୍ତୁରୀ ସ୍ବତନ୍ତ୍ର ପୁରସ୍କାର ରେ ସମ୍ମାନିତ କରାଯିବ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘ଚାଲ୍ ଶାନ୍ତି କିଣିବା’ ର ଉନ୍ମୋଚନ, ଦିବ୍ୟାଙ୍ଗ ଓ ଆଦିବାସୀ ବାଳକ ବାଳିକାଙ୍କ ଦ୍ବାରା ଦୁର୍ଘଟଣା ମୁକ୍ତ ଭାରତ ଉପରେ କ୍ଷୁଦ୍ର ନାଟକ ଓ ନୃତ୍ୟ ନାଟିକା ମଞ୍ଚସ୍ଥ କରିବେ। ସେହିପରି ଅନୁଷ୍ଠାନର ନିଜସ୍ଵ ନାଟକ ଆମେ ସବୁ ମେଣ୍ଢା ମଞ୍ଚସ୍ଥ କରାଯିବ ବୋଲି କସ୍ତୁରୀ ର ସମ୍ପାଦକ ରାଧା ଶ୍ୟାମ ମହାନ୍ତି ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ

Leave a Comment

error: Content is protected !!