ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି 

ଗୋଳାମୁଣ୍ଡା ବ୍ଲକ ଘୋଟିଆ ରୁ ଆରମ୍ଭ ହେଲା ଚଳିତ ବର୍ଷ ଖରିଫ ଧାନ ମଣ୍ଡି 

କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଖରିଫ ଧାନ କିଣା ପ୍ରକ୍ରିୟା l ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଘୋଟିଆ ଧାନ ମଣ୍ଡିରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା ଙ୍କ ଦ୍ୱାରା ପୂଜାଚ୍ଚର୍ନା ପରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା l ଆଜି କେବଳ ଗୋଟିଏ ଚାଷୀଙ୍କ ଠାରୁ ୫୦ କ୍ଵଇଣ୍ଟାଲ ଧାନ କିଣା ଗଲା l ଚଳିତ ବର୍ଷ ସରକାର ଧାନ ର ଏମ ଏସ ପି ୨୩୦୦ ଟଙ୍କା ଏବଂ ଇନପୁଟ ସବସିଡି ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବେଳେ ଧାନ ବିକିଥିବା ଚାଷୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବିନା କଟନୀଛଟଣି ରେ ୩୧୦୦ ଟଙ୍କା ପାଇବା ଆଶା ରଖିଛନ୍ତି। ତେବେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର କୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି l ଜିଲ୍ଲାର ୧ ଲକ୍ଷ ୧୪ ହଜାର ୭୮୫ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି ।ସେଥିପାଇଁ ଜିଲ୍ଲାରେ ଖୋଲିବ ୨୨୩ ଟି ଧାନ ମଣ୍ଡି l ତେବେ ମିଲରେ ଧାନର କଷ୍ଟୋଡ଼ି ଏସ୍ପେଣ୍ଡିଚର୍‌ ବା ଧାନ ରଖୁଥ‌ିବା ଖର୍ଚ୍ଚ କ୍ଵଇଣ୍ଟାଲ ପିଛା ପିଛା ୭ ଟଙ୍କା ଏବଂ ଅନ୍ୟପକ୍ଷରେ ୨୦୧୩/୧୪’ମସିହାର ଖର୍ଚ୍ଚ ଫେରସ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ରାଜି ହେଉ ନାହାନ୍ତି। ନିଜ ଜିଦ୍‌ରେ ଅଟଳ ରହିଛନ୍ତି ତାକୁ ନେଇ ଆଗକୁ ମଣ୍ଡି କିପରି ବ୍ୟବସ୍ଥିତ ଭାବେ ଚାଲିବ ସେନେଇ ଚିନ୍ତାରେ ଚାଷୀ ରହିଥିବା ବେଳେ ଆଜି ମଣ୍ଡି ଆରମ୍ଭ ହେବା ପରେ ପ୍ରଶାସନ ଚାଷୀ ଙ୍କୁ ଏଫଏକ୍ୟୁ ମାନ ର ଧାନ ଆଣିବାକୁ ପରାମର୍ଶ ଦେଇଛନ୍ତି। ଆଜି ମଣ୍ଡି ଆରମ୍ଭ ହୋଇଥିବା ବେଳେ ଯୋଗାଣ ବିଭାଗ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ସମେତ ଚାଷୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡିଶା ଜିଲ୍ଲା ରାଜସ୍ୱ ସେବା ପୁନର୍ଗଠନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରେ କୋକସରା ରାଜସ୍ୱ କର୍ମଚାରୀ

masiha

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

Leave a Comment

error: Content is protected !!