ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଂଲାଦେଶୀ ଅନୁପ୍ରବେଶକାରୀ ବିରୋଧରେ ନବରଙ୍ଗପୁର ଏସପି ଙ୍କୁ ଅଭିଯୋଗ ଦେଲା ହିନ୍ଦୁ ମହାସଂଘ

ବାଂଲାଦେଶୀ ଅନୁପ୍ରବେଶକାରୀ ବିରୋଧରେ ନବରଙ୍ଗପୁର ଏସପି ଙ୍କୁ ଅଭିଯୋଗ ଦେଲା ହିନ୍ଦୁ ମହାସଂଘ

ନବରଙ୍ଗପୁର:(୨୮|୧୧)(ରବି ନାରାୟଣ ମହାନ୍ତି)ଦିନକୁ ଦିନ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ବଢୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ। ଆସନ୍ନ ବିପଦ ଓ ଆଶଙ୍କା କୁ ରୋକିବା ପାଇଁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ବିତାଡିତ କରିବା ପାଇଁ ଆଜି ହିନ୍ଦୁ ମହାସଂଘ ପକ୍ଷରୁ ଏକ ଦାବିପତ୍ର ନବରଙ୍ଗପୁର ଏସପି ଙ୍କୁ ପ୍ରଦାନ କରା ଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ ଙ୍କ ବଳିଷ୍ଠ ନେତୃତ୍ବ ରେ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ମାଝୀଗୁଡା ସ୍ଥିତ ଏସପି ଙ୍କ କାର୍ଯ୍ୟାଳୟରେ ଯାଇ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୋୟୀ, ମିଡ଼ିଆ ସଂଯୋଜକ ଗୋରା ହରିଜନ, ରଶ୍ମୀ ରଞ୍ଜନ ସିଦ୍ଧାଶ୍ରମ ର ଅଧ୍ୟକ୍ଷ ଡାଃ ନିଳକଣ୍ଠ ପାଢ଼ୀ, ସାମାଜିକ ଗଣମାଧ୍ୟମ ପ୍ରଭାରୀ ମହେନ୍ଦ୍ର ପାତ୍ର, ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ନିର୍ମଳ ବିଷୋୟୀ , ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ବିମଳ ପଟ୍ଟନାୟକ, ଚକ୍ର ହରିଜନ, ଯୁବ ହିନ୍ଦୁ ମହାସଂଘ ଜିଲ୍ଲା ଉପସଭାପତି ବିରାଜ ବସନ୍ତ ସାହୁ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ରଘୁ ପୂଜାରୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ।

( ମ ନି ସ ) 

Related posts

ନେଗିଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ ବିଧାୟକ ଓ ଜନ ପ୍ରତିନିଧି

କଳାହାଣ୍ଡି : ଥୁଆମୂଳ ରାମପୁର ବ୍ଲକ ରେ କଫି ଚାଷ । ଆଦିବାସୀ ମହିଳା ଙ୍କୁ ନୂଆ ପରିଚୟ ଦେବ କଫି ଚାଷ…

masiha

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

masiha

Leave a Comment

error: Content is protected !!