ଭାରତ ସ୍ୱାଧିନନତାର ୭୫ ବର୍ଷ ପୂରଣ କରିଥିବା ବେଳେ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଠାରେ ବ୍ଲକ ସ୍ତରୀୟ ମେଗା ସ୍ବାସ୍ଥ୍ୟ ଶିବୀର ଅନୁଷ୍ଠିତ ହୋଇଯାଇଛି । ଏହି ଶିବୀର କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଚୌଧୁରୀ ଶୋଭାରାଣି ମିଶ୍ର, ଖଡିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଓ ଜିଲ୍ଲା ପରିଷଦ ସଭ୍ୟ ଚିତରଂଜନ ବେହେରା, ତନୟା ଶବର, ମାଲ୍ୟବନ୍ତ ସୁନା, ସ୍ଥାନୀୟ ସରପଂଚ ଜିତୁ କିମାର, ସମିତି ସଭ୍ୟ କେଦାର ଜଗତ ଯୋଗଦାନ କରି ଉପଯୁକ୍ତ ଚିକିତ୍ସା ପାଇବା ପାଇଁ ଏହି ଶିବୀର ଏକ ଉପଯୁକ୍ତ ମାଧ୍ୟମ ବୋଲି କହିଥିଲେ । ଶିବୀରରେ ଶିଶୁ ବିଶେଷଜ୍ଞ, ଅସ୍ଥି ଓ ଶୈଳ ବିଶେଷଜ୍ଞ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭଳି ଅନେକ ଡାକ୍ତର ଆସି ମେଗା ସ୍ବାସ୍ଥ୍ୟ ଶିବିରରେ ମାଗଣା ଚିକିତ୍ସା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଯୋଗକୁ ଜୀବନର ପାଥେୟ କରି ରୋଗମୁକ୍ତ ଜୀବନ ଯାପନ କରିବା ପାଇଁ ଯୋଗ ଅଭ୍ୟାସ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବରରେ ସେଲଫି ପଏଣ୍ଟ ମଧ୍ୟ ରହିଥିଲା । ଅନେକ ପଦର୍ଶନୀ ସ୍ଥଳ ରେ ସମସ୍ତ ରକମ ସେବା ପ୍ରଦାନ କରାଯାଇଥିଲା । କୋଭିତ ଟିକାକରଣ, ସମନ୍ବିତ ପରାମର୍ସ କେନ୍ଦ୍ର, ଟେଲି ପରାମର୍ଶ କେନ୍ଦ୍ର, ପରିବାର ନିୟନ୍ତ୍ରଣ ନିଦାନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପ କରାଣରୁ ରୋଗୀ ଙ୍କ ଚିକିତ୍ସା ନେଇ ସମସ୍ତ ବ୍ୟବସ୍ଥା ହାତକୁ ନେବା ସହ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଡାକ୍ତର ବିନୋଦ ବିହାରୀ ରଥ, ଗୋପାଳ ଚନ୍ଦ୍ର ମଲ୍ଲିକ, ଡ଼ା ସୁଧୁର ରଂଜନ ନାଏକ, ଜିଲ୍ଲା ପ୍ରୋଗ୍ରାମ ଅଫିସର ଦିଲ୍ଲିପ ଦୁବେ, ଖଡିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଦୀନବନ୍ଧୁ ମହାନନ୍ଦ, ଡାକ୍ତର ରଞ୍ଜିତ ରାଉତ,ଡ଼ା ମହେନ୍ଦ୍ର ମାଝୀ, , ଆୟୁଷ ଡାରର ୫ ଜଣ ଅନ୍ନଦା ଶଙ୍କର ଦାସ, ବିଜୟ କିଶୋର ଚଳାନ, ଆଦିତ୍ୟ ଯୋଷୀ, ସଂଘମିତ୍ରା ସିଂ ବାବୁ, ରିତେଶ ପଣ୍ଡା ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର , ଧବଳେଶ୍ବର ମେହେର, କୃଷ୍ଣ ଚନ୍ଦ୍ର ରଥ, ଫରମାସିଷ୍କ ଅରୂପପ ଭୁଷଣ ସମେତ ନୂଆପଡା ଜିଲ୍ଲା ଖଡିଆଳ ଉପଖଣ୍ଡର ଅନେକ ସ୍ବାସ୍ଥ୍ୟକର୍ମୀ ସାମିଳଥିଲେ । ଏ ଅବସରେ ୨୦ ୟୁନିଟ୍ ରକ୍ତ ସଂଗ୍ରହଣ କରାଯାଇଥିବା ବେଲେ ୮୦୦ ରୁ ଉର୍ଦ୍ଧ୍ବ ରୋଗୀ ଙ୍କ ଚିକିତ୍ସା କରାଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ