ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବ୍ଲକ ସ୍ତରୀୟ ମେଗା ସାସ୍ଥ୍ୟ ଶିବିର

ଭାରତ ସ୍ୱାଧିନନତାର ୭୫ ବର୍ଷ ପୂରଣ କରିଥିବା ବେଳେ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଠାରେ ବ୍ଲକ ସ୍ତରୀୟ ମେଗା ସ୍ବାସ୍ଥ୍ୟ ଶିବୀର ଅନୁଷ୍ଠିତ ହୋଇଯାଇଛି । ଏହି ଶିବୀର କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ସମେତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଚୌଧୁରୀ ଶୋଭାରାଣି ମିଶ୍ର, ଖଡିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ ଓ ଜିଲ୍ଲା ପରିଷଦ ସଭ୍ୟ ଚିତରଂଜନ ବେହେରା, ତନୟା ଶବର, ମାଲ୍ୟବନ୍ତ ସୁନା, ସ୍ଥାନୀୟ ସରପଂଚ ଜିତୁ କିମାର, ସମିତି ସଭ୍ୟ କେଦାର ଜଗତ ଯୋଗଦାନ କରି ଉପଯୁକ୍ତ ଚିକିତ୍ସା ପାଇବା ପାଇଁ ଏହି ଶିବୀର ଏକ ଉପଯୁକ୍ତ ମାଧ୍ୟମ ବୋଲି କହିଥିଲେ । ଶିବୀରରେ ଶିଶୁ ବିଶେଷଜ୍ଞ, ଅସ୍ଥି ଓ ଶୈଳ ବିଶେଷଜ୍ଞ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭଳି ଅନେକ ଡାକ୍ତର ଆସି ମେଗା ସ୍ବାସ୍ଥ୍ୟ ଶିବିରରେ ମାଗଣା ଚିକିତ୍ସା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଯୋଗକୁ ଜୀବନର ପାଥେୟ କରି ରୋଗମୁକ୍ତ ଜୀବନ ଯାପନ କରିବା ପାଇଁ ଯୋଗ ଅଭ୍ୟାସ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବରରେ ସେଲଫି ପଏଣ୍ଟ ମଧ୍ୟ ରହିଥିଲା । ଅନେକ ପଦର୍ଶନୀ ସ୍ଥଳ ରେ ସମସ୍ତ ରକମ ସେବା ପ୍ରଦାନ କରାଯାଇଥିଲା । କୋଭିତ ଟିକାକରଣ, ସମନ୍ବିତ ପରାମର୍ସ କେନ୍ଦ୍ର, ଟେଲି ପରାମର୍ଶ କେନ୍ଦ୍ର, ପରିବାର ନିୟନ୍ତ୍ରଣ ନିଦାନ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପ କରାଣରୁ ରୋଗୀ ଙ୍କ ଚିକିତ୍ସା ନେଇ ସମସ୍ତ ବ୍ୟବସ୍ଥା ହାତକୁ ନେବା ସହ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଡାକ୍ତର ବିନୋଦ ବିହାରୀ ରଥ, ଗୋପାଳ ଚନ୍ଦ୍ର ମଲ୍ଲିକ, ଡ଼ା ସୁଧୁର ରଂଜନ ନାଏକ, ଜିଲ୍ଲା ପ୍ରୋଗ୍ରାମ ଅଫିସର ଦିଲ୍ଲିପ ଦୁବେ, ଖଡିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଦୀନବନ୍ଧୁ ମହାନନ୍ଦ, ଡାକ୍ତର ରଞ୍ଜିତ ରାଉତ,ଡ଼ା ମହେନ୍ଦ୍ର ମାଝୀ, , ଆୟୁଷ ଡାରର ୫ ଜଣ ଅନ୍ନଦା ଶଙ୍କର ଦାସ, ବିଜୟ କିଶୋର ଚଳାନ, ଆଦିତ୍ୟ ଯୋଷୀ, ସଂଘମିତ୍ରା ସିଂ ବାବୁ, ରିତେଶ ପଣ୍ଡା ଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର , ଧବଳେଶ୍ବର ମେହେର, କୃଷ୍ଣ ଚନ୍ଦ୍ର ରଥ, ଫରମାସିଷ୍କ ଅରୂପପ ଭୁଷଣ ସମେତ ନୂଆପଡା ଜିଲ୍ଲା ଖଡିଆଳ ଉପଖଣ୍ଡର ଅନେକ ସ୍ବାସ୍ଥ୍ୟକର୍ମୀ ସାମିଳଥିଲେ । ଏ ଅବସରେ ୨୦ ୟୁନିଟ୍ ରକ୍ତ ସଂଗ୍ରହଣ କରାଯାଇଥିବା ବେଲେ ୮୦୦ ରୁ ଉର୍ଦ୍ଧ୍ବ ରୋଗୀ ଙ୍କ ଚିକିତ୍ସା କରାଯାଇଥିଲା ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁ ନାହିଁ ସାଧାରଣ ରୋଗ ପାଇଁ ଔଷଧ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

Leave a Comment

error: Content is protected !!