ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଇନ୍ଦୁରେଖା ଧରୁଆ ମନୋନୀତ 

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଇନ୍ଦୁରେଖା ଧରୁଆ ମନୋନୀତ 

ପଦ୍ମପୁର,୨ ୵ ୧୨ // ମହାରାଷ୍ଟ୍ର ର ଅମରାବତୀ ଠାରେ ଜାତୀୟ ସ୍କୁଲ କବାଡି କ୍ରୀଡା ପ୍ରତିଯୋଗିତାରେ ଖେଳିବାକୁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଇନ୍ଦୁରେଖା ଧରୁଆ ୧୪ ବର୍ଷ ରୁ କମ ବୟସ ସ୍କୁଲ କବାଡି କ୍ରୀଡା ରେ ଭାଗ ନେବା ପାଇଁ ମନୋନୀତ ହୋଇ ବିଦ୍ୟାଳୟ ଏବଂ ରହୁଥିବା ମାଣ୍ଡୋସିଲ କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ ପାଇଁ ଗୌରବ ଆଣିଛନ୍ତି। ସୁନ୍ଦରଗଡ଼ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ନିକଟରେ ବରଗଡ ଜିଲ୍ଲା ରୁ ପ୍ରତିନିଧିତ୍ୱ କରି ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ l ତାଙ୍କ ଏହି ସଫଳତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ର, ବିଦ୍ୟାଳୟର ଗାଇଡ଼ ଶିକ୍ଷକ ଅଜିତ ପ୍ରଧାନ, କ୍ରୀଡା ଶିକ୍ଷକ ଚମ୍ପେଶ୍ୱର ହଂସ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକ,ପାଇକମାଲ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି l

ରିପୋର୍ଟ – ନିରୋଜ କୁମାର ପାଣୀ

Related posts

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!