ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାଧାନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବସ୍ତା,02/12 : ବସ୍ତା ବ୍ଲକ ପାଉଁଶକୁଲି ସ୍ଥିତ ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ବିନ୍ଦୁବାଳା ସେନାପତି କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ସଭାପତିତ୍ବ କରିଥିଲେ। କ୍ରୀଡା ଶିକ୍ଷକ ଚନ୍ଦ୍ରକାନ୍ତ ଘଡ଼ାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ରେ ଭାଗ ନେଇ ଦୌଡ଼,ସଟପୁଟ, ଜେଭଲିନ୍ ,ଡିସକସ୍, ଲମ୍ବ ଡ଼ିଆଁ, ଉଚ୍ଚ ଡିଆଁ, ସ୍ଲୋ – ସାଇକେଲ ରେସ୍ , ମିଉଜିକ୍ ଚେୟାର ଇତ୍ୟାଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତି ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଇନ୍ଦୁମାଧବ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ ବିଜୟ କୁମାର ନନ୍ଦ ଓ ସମ୍ମାନୀୟ ଅତିଥି ଭାବେ ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ, ଛାତ୍ର ଜୀବନରେ କ୍ରୀଡା ଦକ୍ଷତା ବିକାଶ କରିବା ସହିତ ଶୃଙ୍ଖଳିତ କରିଥାଏ ବୋଲି ମତ ବ୍ୟକ୍ତି କରି, କୃତି ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ, ମେଡେଲ, ପୁଷ୍ଫୋଗୋଛ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଶିକ୍ଷକ ଅରୁଣ କୁମାର୍ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମା’ ବିରଜା ପୀଠରେ ୧୨ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

masiha

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ୨.୯ବର୍ଷ ର ଭବାନୀପାଟଣାର କୁନି ଝିଅ କଶିସ

Sunil Chandra Nayak

ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!