ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ଚାଲିଗଲା ହେଲେ ପୋତି ଥିବା ଟଙ୍କା ମିଳିଲା, ଆଉ କିଛି ଥିବା ନେଇ ଆଶାରେ ପରିବାର ଲୋକେ 

ଜୀବନ ଚାଲିଗଲା ହେଲେ ପୋତି ଥିବା ଟଙ୍କା ମିଳିଲା, ଆଉ କିଛି ଥିବା ନେଇ ଆଶାରେ ପରିବାର ଲୋକେ 

ବନ୍ଧୁଗାଁ ତା ୨/୧୨/୨୪: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତର କେଲୁବାଡ଼ି ଗାଁର ୭୦ ବର୍ଷୀୟ ସିତାରାମ ମେଲେକା ଙ୍କ ର ଆଜି  ଦେହାନ୍ତ ହୋଇଯାଇଛି ସତ ହେଲେ ଜୀବିତ ଥିବା ବେଳେ କଷ୍ଟ ଉପାର୍ଜିତ ଟଂକା ମାଟି ତଳେ ପୋତି ଦେଇଥିଲେ ମୃତ୍ଯୁ ପୂର୍ବରୁ ଉକ୍ତ ପୋତା ଟଙ୍କା ବାହାର କରି କୁଡ଼ିଆରେ ରଖିଥିବା ସମ୍ପର୍କୀୟ ଙ୍କୁ କହିଥିଲେ I କାହିଁକି ଓ କଣ ପାଇଁ ପୋତିଛନ୍ତି ତାହା ସ୍ବର୍ଗତ ସିତାରାମଙ୍କୁ ହିଁ ଜଣା.. ହେଲେ ପରିବାର ସ୍ୱଜନ ଙ୍କ କହିବା ଅନୁଯାୟୀ ମୃତ ସୀତାରାମ ଙ୍କ ତିନିପୁଅ ଓ ଗୋଟିଏ ଝିଅ ଥିବାବେଳେ ସେ ଗାଁ ଠାରୁ ପ୍ରାୟ ଦୁଇକିମି ଦୂର ପାହାଡିଆ ଜଙ୍ଗଲ ମଧ୍ୟରେ ନିଜ ଜମିରେ ପତ୍ନୀ ସୋମୀ ମେଲେକାଙ୍କ ସହ ପ୍ରାୟ ବାର ବର୍ଷ ହେବ କୁଡ଼ିଆ ଘରେ ରହୁଥିଲେ I ଦୁହିଁଙ୍କ ଭତ୍ତା ସହ ଚାଷରୁ ଯାହା ରୋଜଗାର ହେଉଥିଲା ଚଳିବା ପାଇଁ କିଛି ରଖି ସମସ୍ତ ଟଙ୍କା କୁ କାହାକୁ ନ ଦେଇ ଗାତ ଖୋଳି ପୋତିକି ରଖୁଥିଲେ I ଗତ କାଲି ସେ ଅସୁସ୍ଥ ହେବାରୁ ପୋତି ଥିବା ଟଙ୍କା ବାହାର କରି କୁଡ଼ିଆ ର ଗୋଟିଏ ସ୍ଥାନରେ ରଖି ଥିଲେ I ମୃତ୍ଯୁ ପୂର୍ବରୁ ଉକ୍ତ ଟଙ୍କାକୁ କୁଡ଼ିଆ ଭିତରେ ରଖିଥିବା କହି ଆଖି ବୁଜି ଥିଲେ I ମୃତ୍ଯୁ ପରେ ଖୋଜାଖୋଜି ପରେ ୩୨୦୦୦/- ହଜାର ଟଙ୍କାକୁ ଘର ଲୋକେ ପାଇଥିଲେ I କିନ୍ତୁ ଟଙ୍କା ସବୁ ଚଳିବା ଅବସ୍ଥାରେ ଆଉ ନ ଥିଲା I ତେବେ ଆଉ କିଛି ସୁନା ଓ ଟଙ୍କା ରଖିଥିବା ସନ୍ଦେହ କରୁଥିବା ବେଳେ ସେ ସମ୍ପର୍କରେ ମୃତ ସୀତାରାମ ପତ୍ନୀଙ୍କୁ ମଧ୍ୟ କହିନଥିବା ତାଙ୍କ ପତ୍ନୀ ସୋମୀ କହିଛନ୍ତି I ଉଦ୍ଧାର ହୋଇଥିବା ସମସ୍ତ ଟଙ୍କା ମାଟିରେ ଓ ଉଇ ଖାଇ ନଷ୍ଟ ହୋଇଯାଇଛି I

ଆଜି କା ଦୁନିଆରେ ଟଂକା କାହାକୁ ବା ଦରକାର୍ ନାହିଁ.. ପିଲା ଠାରୁ ବୁଢ଼ା… ଅବା ଧନି ଠାରୁ ଗରିବ… ଟଙ୍କା ର ଏମିତି ଆବଶ୍ୟକୟ ଅଛି କଳ୍ପନା ବି କରିହେବ ନାହିଁ.. ଜୀବନ ଥିବା ବେଳେ ଅୟେସ ଜୀବନ ଅତିବାହିତ ପାଇଁ ଟଙ୍କା ର ଭୂମିକା ଅତି ଗୁରୁତ୍ଵ ପୂର୍ଣ୍ଣ ଅଟେ… ଏକଥା ଆମେ ଏଇଥି ପାଇଁ କହୁଛୁ କି ଯେଉଁ ଟଂକା ଆମ୍ଭ ମାନଙ୍କ ପାଇଁ ଅତି ମୂଲ୍ୟବାନ ତାହା ଏଠି ମାଟି ଖାଉଛି , ହଜାର କି ଦୁଇ ହଜାର ନୁହେଁ ହଜାର ହକାର ଟଙ୍କା … ଏ ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ… କିନ୍ତୁ ଆଶ୍ଚର୍ୟ୍ଯ ହେଲେ ବି ଏହା ନିରାଟ ସତ୍ୟ… କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ର ଏହି ଅଭାବନୀୟ ଦୃଶ୍ୟକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି I ବର୍ତମାନ ର ଡିଜିଟାଲ ଯୁଗରେ ଟଙ୍କା ରଖିବା ପାଇଁ ଅନେକ ପ୍ରକାର ସୁବିଧା ଥିବା ସତ୍ୱେ ଏପରି ନିରୀହ ଲୋକ ଏବେ ବି ରହିଛନ୍ତି ଏହି ଘଟଣା ହିଁ ସ୍ପଷ୍ଟ କରୁଛି I

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

DRM Waltair Reviews Passenger Facilities at Visakhapatnam Railway Station

Sunil Chandra Nayak

ବୃନ୍ଦାବାହାଲ ଠାରେ ଉଦଘାଟନ ଉତ୍ସବ ଓ ସ୍ୱାଗତ ସମ୍ମିଳନୀ

Sunil Chandra Nayak

ଡିଜିଟାଲ ମିଡ଼ିଆ ସଂଘର ଜାତୀୟ ପ୍ରେସ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!