ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର

କୋରାପୁଟ :- ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର । ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ଭାବେ ଅବସ୍ଥାପିତ ଥିବା ବେଳେ‌ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି । ଜୟପୁର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ଜୟପୁରରେ ଥିବା ତୃତୀୟ ମହଲା ବିଶିଷ୍ଟ ଘର, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରେ କୋଲି ସାହିରେ ଥିବା ତାଙ୍କର ପୈତୃକ ଘର, ଜୟପୁରରେ ବ୍ଲକ୍ କାର୍ଯ୍ୟାଳୟ, ଜୟପୁର ମ୍ୟୁନିସିପାଲଟି କାର୍ଯ୍ୟାଳୟ, ଜୟପୁରରେ ଥିବା ତାଙ୍କ ସ୍ତ୍ରୀଙ୍କ ଡିଆଇଇଟି କାର୍ଯ୍ୟାଳୟ, ଏବଂ ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି।

ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସପି, ୨ ଡିଏସପି, ୮ ଇନସ୍ପେକ୍ଟର, ୬ ଏଏସ୍ଆଇ ଓ ଅନ୍ୟ ସହ କର୍ମଚାରୀ ସାମିଲ ହୋଇଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପୋଲିସ କୁ ସଫଳତା , ୧୩ ଚୋରି ବାଇକ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

masiha

କଳାହାଣ୍ଡି:ପୋଲିସ-ମାଓବାଦୀ ମୁହାଁମୁହିଁ, ଗୁଳି ବାଜି ପୋଲିସ ଡିଏସ୍‌ପି ଗୁରୁତର ସୂଚନା

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

Sunil Chandra Nayak

Leave a Comment

error: Content is protected !!