ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

କନ୍ଧମାଳ, ତା, ୦୩/୧୨:(ମନିସ): ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋଦାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର୍ ନଂ.ଓଡି-୧୨-ଇ-୫୬୦୪ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଛକରେ । ଏହି ଦୁର୍ଘଟଣାରେ ରାସ୍ତାରେ ଯାଉଥିବା ବେଳେ ଧକ୍କା ଖାଇଥିବା ଜଣେ ଯୁବତୀ ଆହତ ହୋଇଥିବା ବେଳେ ଚାହା ଓ ପରିବା ଦୋକାନୀ ମହିଳା ସମେତ ୪ ଜଣ ଆହତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସା ଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ଠେଲା ଗାଡି ଚାହା ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପରିବା ବ୍ୟବସାୟୀଙ୍କ ସମସ୍ତ ପରିବା ମଧ୍ୟ ନଷ୍ଟ ହୋଇ ଯାଇ ଥିବା ଜଣାପଡ଼ିଛି । ଚାଳକ ଜଣକ ପକାରୀ ଚର୍ଚ୍ଚ ରେ ଫାଦର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବେପରୁଆ ଗାଡ଼ି ଚାଳକ ଓ ଗାଡିକୁ ଥାନାରେ ଅକଟ ରଖି ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୋଲିସ୍ ।

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

 

Related posts

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

Sunil Chandra Nayak

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

masiha

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

Leave a Comment

error: Content is protected !!