ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମନପୁର ନିକଟରେ ବାଇକ ରୁ ଖସି ଜଣେ ମୃତ ଜଣେ ଗୁରୁତର 

ଧାମନପୁର ନିକଟରେ ବାଇକ ରୁ ଖସି ଜଣେ ମୃତ ଜଣେ ଗୁରୁତର 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଧାମନପୁର ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ମୃତ ବାଇକ ଆରୋହୀ ଜଣକ ହେଉଛନ୍ତି କୁହୁରା ଗ୍ରାମର ସିମାଞ୍ଚଳ ବାଗ ଙ୍କ ୨୬ ବର୍ଷୀୟ ପୁଅ ଦୁର୍ୟୋଧନ ବାଗ ଏବଂ ଗୁରୁତର ଯୁବକ ଜଣକ ଅରକ୍ଷିତ ମାଝୀ ବୋଲି ଜଣା ପଡିଛି। ପ୍ରକାଶ ଯେ ସୋମବାର ବିଳମ୍ବିତ ରାତ୍ରିରେ ଦୁର୍ୟୋଧନ ଓ ଅରକ୍ଷିତ କେଗାଁ ରୁ ଧାମନପୁର ଯାଉଥିବା ବେଳେ ଧାମନପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ। ତେବେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ଦୁର୍ଯ୍ୟୋଧନ ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମଙ୍ଗଳବାର ସକାଳ ୧୦ ଟା ରେ ଦଶପୁର ଫାଣ୍ଡି ରେ ପରିବାର ଲୋକେ ଏତଲା ଦେଲା ପରେ ପୋଲିସ ୨୧୦/୨୪ ରେ ଏକ ମାମଲା ରୁଜୁ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରିଛି।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବାଲ୍ମିକୀ ଜୟନ୍ତୀ ସମାରୋହ

Sunil Chandra Nayak

ସାଇକେଲ ଓ ବାଇକ ମୁହାଁମୁହିଁ ଧକ୍କା,ସାଇକେଲ ଚାଳକ ଆହତ 

masiha

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

masiha

Leave a Comment

error: Content is protected !!