ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

ନବରଙ୍ଗପୁର:( ୨/୧୨/୨୪)ଧରାକୋଟ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶାସକ ଦଳର ନେତାଙ୍କ ଅଯଥା ହସ୍ତକ୍ଷେପ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ବଦଳିର ଧମକ ଦେବାର ପ୍ରତିବାଦ କରିବା ପାଇଁ ଆଜି ବ୍ଲକ କାର୍ଯ୍ୟଳୟ ରେ କଂଗ୍ରେସ ଦଳର ଆଗ ଧାଡ଼ିର ନେତା,ପଞ୍ଚାୟତ ପ୍ରତିନିଧି ଓ ଛାମୁଆ କର୍ମୀ ମାନେ ମେଳିବାନ୍ଧି ବି ଡି ଓ ଡେନିସ ବେହେରାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆଜି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ସମର୍ଥିତ ଜାହାଡା ସରପଞ୍ଚ ସତ୍ୟବାଦୀ ସ୍ୱାଇଁ, ଗୋଲା ଦାମୋଦର ପଲି ସରପଞ୍ଚ କମଳ ଲୋଚନ ରେଡ୍ଡୀ, ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ମୁଣ୍ଡମରାଇ ସମିତି ସଭ୍ୟ ମାନିନୀ ପାତ୍ର , ସିଙ୍ଗିପୁର ସମିତି ସଭ୍ୟ ମମତା ଦାସ ଙ୍କ ସମେତ ପଞ୍ଚାୟତ ସ୍ତରର କଂଗ୍ରେସ ସଂଗଠକ ଶତ୍ରୁଘ୍ନ ଗୌଡ଼,ସୁନିଲଚୌଧୁରୀ,ସୁଧାକର ସ୍ୱାଇଁ,ବାସୁଦେବ ପାତ୍ର,ଶିବରାମ ବାଡତ୍ୟା,ଅନ୍ତର୍ଯ୍ୟାମୀ ପ୍ରଧାନ, ସୀମାଞ୍ଚଳ ରେଡ୍ଡୀ,ନିରଞ୍ଜନ ଛାଟୋଇ,ପାଣ୍ଡବ ଭୂୟାଁ,ସନ୍ତୋଷ ଭୂୟାଁ,ପ୍ରସନ୍ନ ପ୍ରଧାନ ଙ୍କ ସମେତ ଶତାଧିକ କର୍ମୀ ବି ଡି ଓ ଙ୍କୁ ସାକ୍ଷାତ କରି ବିଧାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିବା,ବିଭିନ୍ନ ସମୟରେ ସରକାରୀ ଦଳର ନେତାମାନେ ବ୍ଲକ ପ୍ରଶାସନ ଉପରେ କରୁଥିବା ଅଯଥା ଚାପ ପ୍ରୟୋଗ କୁ ପ୍ରତିହତକରିବା,ଏପରିକି ଶାସକ ଦଳର କଥା ନାମାନିଲେ ଏଠାରୁ ଅନ୍ୟତ୍ର ବଦଳି କରିବା ପାଇଁ ଧମକ ଦେବା ଉପରେ ଗୁରୁତ୍ବ ନଦେବା,ବ୍ଲକ ସ୍ତରର ନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ , ବିଧାୟକ ଙ୍କ କଥାକୁ ପ୍ରାଧାନ୍ୟ ଦେଇ ନିରପେକ୍ଷ ଓ ସ୍ବାଧିନ ଭାବେ କର୍ଯ୍ୟକରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଆଜିର ଏହି ଘଟଣା ପରେ ଆଗାମୀ ଦିନରେ ଶାସକ ଦଳ ଓ ବିଧାୟକ ଙ୍କ ସମର୍ଥକ ମୁହମୁହିଁ ହେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

masiha

Leave a Comment

error: Content is protected !!