ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।

ଏହି ଅବସରରେ ପ୍ରାଧିକରଣ ର ସମ୍ପାଦକ ଶ୍ରୀ ଶୁଭ ଗୌତମ ମିଶ୍ର ଙ୍କ ସଭାପତିତ୍ବରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସୋ ବିଚାରପତି ଶ୍ରୀମତୀ ସ୍ମୃତିଲେଖା ବାରିକ , ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ସଞ୍ଜୟ କୁମାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ମହାପାତ୍ର, ପ୍ରାଧିକରଣ ର ଆଇନଜୀବୀ ଶ୍ରୀ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସହ ଆତ୍ମୀୟତାର ସହ ସମୟ ଅତିବାହିତ କରିଥିଲେ। ଶିଶୁ ମାନେ ମନ ଖୋଲି ସାଂସ୍କୃତିକ ପ୍ରଦର୍ଶନ କରି ଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଅଜିତ ମହାନ୍ତି ତଥା ଅନ୍ୟମାନେ କାର୍ଯକ୍ରମ ପରିଚାଳନା କରି ଥିଲେ । ଏହି ଶିଶୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପ୍ରଗତି ଉତ୍କଳ ସଂଘରେ ୬୮ତମ ପ୍ରତିଷ୍ଠା ଦିବସ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

Sunil Chandra Nayak

ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ

masiha

Leave a Comment

error: Content is protected !!