ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

ନବରଙ୍ଗପୁର :-(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ହସ୍ପିଟାଲ ନିକଟ ରେ ଥିବା ଶିବ ମନ୍ଦିର ପରିସରରୁ ଜଣେ ଅଚିହ୍ନା ବ୍ୟକ୍ତିର ମୃତ ଦେହକୁ ଆଜି ଠାବ କରିଛି ହସ୍ପିଟାଲ ପ୍ରଶାସନ। କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା କଥା ହେଲା ଗତ କାଲି ସନ୍ଧ୍ୟାରେ ଏହି ଅଚିହ୍ନା ବ୍ୟକ୍ତିଟି ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଖାଇବା ପରେ ମନ୍ଦିର ପରିସରରେ ବିଶ୍ରାମ ନେବା ପାଇଁ ଯାଇଥିଲେ। ରାତି ଶୋଇଥିବା ଅବସ୍ଥାରେ ପ୍ରାଣ ବାୟୁ ଉଡ଼ି ଯାଇଥିବା ଅନୁମାନ କରାଯାଉଛି। ତେବେ ଆଜି ମେଡିକାଲ ଅଫିସର ଡକ୍ଟର ସବ୍ୟସାଚୀ ଦାସ ପ୍ରଥମେ ଘଟଣା ଦେଖିବା ପରେ ମେଡିକାଲ ଅଧିକ୍ଷକ ଡକ୍ଟର ଶରତ ଚନ୍ଦ୍ର ସେଠୀଙ୍କୁ ଅବଗତ କରାଇଥିଲେ। ଡକ୍ଟର ସେଠୀ ଘଟଣା ସଂପର୍କରେ ଉମରକୋଟ ଥାନାକୁ ଲିଖିତ ଭାବେ ସୂଚନା ଦେଇଥିଲେ। ଉମରକୋଟ ଥାନା ଏ ଏସ ଆଇ ରାମାନନ୍ଦ ପ୍ରଧାନ ଘଟଣାର ତଦନ୍ତ ଅଧିକାରୀ ଭାବେ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଖବର ଲେଖା ହେବା ବେଳକୁ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରିନାହିଁ। ବର୍ତ୍ତମାନ ମୃତ ଶରୀରକୁ ଉମରକୋଟ ହସ୍ପିଟାଲ ର ବରଫ ଚାମ୍ବର ରେ ରଖାଯାଇଛି। ୭୨ ଘଣ୍ଟା ମଧ୍ୟରେ ପରିଚୟ ନ ମିଳିଲେ ସରକାରୀ ନିୟମ ଅନୁସାରେ ମୃତ ବ୍ୟକ୍ତିର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରି ଦିଆଯିବ ବୋଲି ଉମରକୋଟ ଥାନା ଅଧିକାରୀ ତପନ କୁମାର ପତି ସୁଚନା ପ୍ରଦାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡା ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଙ୍କ ଯୋଗଦାନ

Sunil Chandra Nayak

ବଜ୍ରପାତରେ ଶାଶୁ ବୋହୁ ମୃତ ! 

ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ,  ଜିଲ୍ଲା ଦାବୀ କୁ ତ୍ଵରାନିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ

masiha

Leave a Comment

error: Content is protected !!