ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ଉନ୍ମୋଚନ ଉତ୍ସବ ” କୃଷ୍ଣଚୂଡ଼ା ର ହସ”

ପୁସ୍ତକ ଉନ୍ମୋଚନ ଉତ୍ସବ ” କୃଷ୍ଣଚୂଡ଼ା ର ହସ”

ଢେ଼ଙ୍କାନାଳ (ମ ସୀ ହା)୦୬/୧୨ କୃଷ୍ଣଚୂଡ଼ା ର ହସ ସଶକ୍ତ ଓଡ଼ିଶା ଗଠନ ପାଇଁ ସର୍ବଜନ ଆଦୃତ ହୋଇପାରିବ। ଅଦ୍ୟ ଢେ଼ଙ୍କାନାଳ ଜିଲ୍ଲା ଲେଖକ ସଂସଦ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ କବି କେଶବ ବେହେରା ଙ୍କ ଦ୍ବାରା ରଚିତ କବିତା ପୁସ୍ତକ ” କୃଷ୍ଣଚୂଡ଼ା ର ହସ,”ଉନ୍ମୋଚନ ଉତ୍ସବ ଓ କବିତା ପୁସ୍ତକ ସମୀକ୍ଷା ଅବସରରେ ନ୍ୟାୟମୂର୍ତ୍ତି ଭିକାରୀ ଚରଣ ରାଉତ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ସେବାନିବୃତ ପ୍ରାଧ୍ୟାପକ ଡ଼ଃ ଭବାନୀ ଶଙ୍କର ମିଶ୍ର ଓ ମୁଖ୍ୟବକ୍ତା ରୂପେ ଶରତ କୁମାର ମିଶ୍ର ଭରଦ୍ୱାଜ ଯୋଗଦାନ କରି କବିଙ୍କ ଲେଖା ଚାତୁରୀ, ଆଳଙ୍କାରିତା, ସାମାଜିକ ମଲ୍ୟବୋଧ, ସମ୍ପର୍କରେ ଉଦ୍ ବୋଧିତ କରିଥିଲେ। ଉକ୍ତ ପୁସ୍ତକକୁ ସମୀକ୍ଷା କରିଥିଲେ ଜିଲ୍ଲା ଲେଖକ ସଂସଦ ର ସଭାପତି ବସନ୍ତ କୁମାର ପଟ୍ଟନାୟକ ଏବଂ ଡ଼ଃ ପ୍ରମୋଦ କୁମାର ଦାଶ,ପୁସ୍ତକର ସମସ୍ତ କବିତା ଗୁଡିକ ଆଲୋଚନା କରିଥିଲେ।କବିତା ର ରସ, ଛାନ୍ଦ, ସମାଜ ସଂସ୍କାର, ଓଡିଆ ଜାତିର ମାନମହତ ରକ୍ଷା ନିମନ୍ତେ ଉଦ୍ ବୋଧିନୀ କବିତା ସମ୍ବନ୍ଧରେ,ଉପଯୁକ୍ତ ଶବ୍ଦ ସଂଯୋଜନା ଥିବାର କହିଥିଲେ। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ନିର୍ମଳା ମହାପତ୍ର ଙ୍କ ସଭାପତିତ୍ବ ରେ ଏବଂ ବୈଜୟନ୍ତି ପଟ୍ଟନାୟକ ଓ ସଂଯୁକ୍ତା ଶରଣ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଲେଖକ ସଂସଦ ର ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ମଞ୍ଚ ସଞ୍ଚାଳନ କରିଥିଲେ l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସୁବର୍ଣ୍ଣରେଖା ଓ ଫକିରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ “ଫକିରମୋହନ ତିରୋଧାନ ଦିବସ” ପାଳନ

masiha

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

masiha

ସମ୍ଭୁ ନଗର ଭୋଇଗୁଡା ଛକ ନିକଟରେ ଚୈତ୍ର ପର୍ବ କାମନା ଦଣ୍ଡ ବ୍ରତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!